ETV Bharat / state

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ: ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

ଗାଁ ଦାଣ୍ଡରେ ମାଡ଼ଖାଇ ନାବାଳିକା ଥାନାକୁ ଯିବାରୁ ଗାଁରେ ବସିଲା କଙ୍ଗାରୁ କୋର୍ଟ l ନିଆଁ ପାଣି ବାସନ୍ଦ ସହ ନାବାଳିକାଙ୍କ ଘର ସାମ୍ନାରେ କଣ୍ଟା ପକାଇ ଗୃହବନ୍ଦୀ କଲେ ଗ୍ରାମବାସୀ l ଅଧିକ ପଢ଼ନ୍ତୁ...

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ : ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

author img

By

Published : Sep 26, 2021, 6:39 PM IST

ନୟାଗଡ଼: ଗାଁ ଦାଣ୍ଡରେ ମାଡ଼ ଖାଇ ନାବାଳିକା ଥାନାକୁ ଯିବାରୁ ଗାଁରେ ବସିଲା କଙ୍ଗାରୁ କୋର୍ଟ l ନିଆଁ ପାଣି ବାସନ୍ଦ ସହ ନାବାଳିକାଙ୍କ ଘର ସାମ୍ନାରେ କଣ୍ଟା ପକାଇ ଗୃହବନ୍ଦୀ କଲେ ଗ୍ରାମବାସୀ l ଭାପୁର ବ୍ଲକ ଫତେଗଡ଼ ଥାନା ଗୋପାଳପ୍ରସାଦ ଗାଁ ରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା l ଗତ ସେପ୍ଟେମ୍ବର 17 ତାରିଖରେ ଏଭଳି ଏକ ଘଟଣା ଘଟିଥିବା ବେଳେ 20 ତାରିଖରେ ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା l ହେଲେ ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ : ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

ଗୋପାଳପ୍ରସାଦ ଗାଁ'ର ଜଣେ ପ୍ରଭାଵଶାଳୀ ବ୍ୟକ୍ତି ଠୁକୁ ବିଶ୍ୱାଳ ପରକ୍ରିୟାପ୍ରୀତି କରି ଜଣେ ବିବାହିତା ମହିଳାଙ୍କୁ ଧରି ଫେରାର୍‌ ହୋଇ ଯାଇଥିଲେ । ମହିଳାଙ୍କୁ ତାଙ୍କ ଖୋଜି ପରିବାର ଲୋକେ ନୟାନ୍ତ ହେବାପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ଏହି ଘଟଣା ସମ୍ପର୍କରେ ଗାଁର ଜଣେ ନାବାଳିକା ସୂଚନା ଦେବାରୁ ଠୁକୁ ବିଶ୍ୱାଳ ସମ୍ପୃକ୍ତ ନାବାଳିକାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ମାରି ଲୋହୁଲୁହାଣ କରିଥିଲେ l ଏହିସବୁ ଘଟଣା ଘଟିବା ପରେ ନାବାଳିକାର ପରିବାର ଲୋକେ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ l କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ନାବାଳିକାର ପରିବାର ଲୋକେ ନୟାଗଡ଼ SPଙ୍କୁ ଘଟଣା ବିଷୟରେ ଜଣାଇଥିଲେ ।

SPଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା l ସେପଟେ ଏହି ଘଟଣା ଥାନାରେ ପହଞ୍ଚିବା ନେଇ ଗ୍ରାମବାସୀମାନେ କ୍ରୋଧରେ ସଭା କରି ନାବାଳିକାଙ୍କ ପରିବାରକୁ ନିଆଁପାଣି ବାସନ୍ଦ କରିଛନ୍ତି । ଏହାସହ ତାଙ୍କ ଘର ସାମ୍ନାରେ କଣ୍ଟା ପକାଇ ଗୃହ ବନ୍ଦୀ କରି ରଖିଥିଲେ l ଏନେଇ ଫତେଗଡ଼ ଥାନାରେ ଅଭିଯୋଗକୁ ପ୍ରାୟ 6 ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୁକ୍ତ ଫେରାର ରହିଥିବା ବେଳେ ଥାନା ଅଧିକାରୀ ତଦନ୍ତ କରାଯାଉଛି ବୋଲି ସଫେଇ ଦେଇଛନ୍ତି l ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.