ETV Bharat / state

ନୂତନ ଅତ୍ୟାଧୁନିକ ଥାନା ଉଦଘାଟନ କଲେ ପୋଲିସ DG ଅଭୟ

author img

By

Published : Aug 30, 2021, 7:45 PM IST

ବହୁ ପ୍ରତୀକ୍ଷାର ଅନ୍ତ ସହ ଆଇନ ଶୃଙ୍ଖଳା ଦିଗରେ ଗୁରୁତ୍ୱ ବହନ କରୁଥିବା ନୂଆ ଚାନ୍ଦପୁର ଥାନାକୁ ଉଦଘାଟନ କରିଛନ୍ତି ପୋଲିସ DG ଅଭୟ । ଅଧିକ ପଢନ୍ତୁ...

ନୂତନ ଅତ୍ୟାଧୁନିକ ଥାନା ଉଦଘାଟନ କଲେ ପୋଲିସ DG ଅଭୟ
ନୂତନ ଅତ୍ୟାଧୁନିକ ଥାନା ଉଦଘାଟନ କଲେ ପୋଲିସ DG ଅଭୟ

ନୟାଗଡ଼: ନୟାଗଡ଼ରେ ପୋଲିସ DG ଅଭୟ । ଜିଲ୍ଲାର ଏକମାତ୍ର ତଥା ରାଜ୍ୟର 3 ନଂ ଅତ୍ୟାଧୁନିକ ଚାନ୍ଦପୁର ଥାନାକୁ ଉଦଘାଟନ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି ଅଭୟ । ବହୁ ପ୍ରତୀକ୍ଷାର ଅନ୍ତ ସହ ଆଇନ ଶୃଙ୍ଖଳା ଦିଗରେ ଗୁରୁତ୍ୱ ବହନ କରୁଥିବା ଚାନ୍ଦପୁର ଥାନାକୁ ଉଦଘାଟନ କରାଯାଇଛି । ଉଦଘାଟନ ସମୟରେ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଥାନା ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଏକ ସୁସମ୍ପର୍କ ସ୍ଥାପନ କରିବ ବୋଲି ମତ ପ୍ରକାଶ ପାଇଛି । ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ କାର୍ଯ୍ୟକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି । ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିୟା, ଶରଣକୂଳ ଏସଡ଼ିପିଓ ଏସ ଟପ୍ପୋ, ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ପ୍ରମୁଖଙ୍କ ଉପସ୍ଥିତିରେ ଥାନା ଉଦଘାଟନ ହୋଇଛି । ଏନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସାଂସଦ ପିନାକୀ ମିଶ୍ର ନୟାଗଡ଼ ପୋଲିସର କାର୍ଯ୍ୟକୁ ଭୂୟସି ପ୍ରଶଂସା କରିଥିଲେ । ସେହିପରି ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଦିଗରେ ଗୁରୁତ୍ୱ ଦେଇଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.