ETV Bharat / state

ଅପହରଣ ପରେ ମାଗୁଥିଲେ ଟଙ୍କା, ଫିଲ୍ମଷ୍ଟାଇଲରେ 3ଜଣଙ୍କୁ କାବୁ କଲା ପୋଲିସ - ନୟାଗଡ ଅପହରଣ ମାମଲା

ଅପହରଣ ପରେ ଟଙ୍କା ମାଗୁଥିଲେ ଦୁର୍ବୃତ୍ତ । କୌଶଳବଶତଃ ଟଙ୍କା ଦେଇ 3 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଅପହରଣ ପରେ ମାଗୁଥିଲେ ଟଙ୍କା, କୌଶଳବଶତଃ 3 ଜଣଙ୍କୁ କାବୁ କଲା ପୋଲିସ

author img

By

Published : May 18, 2022, 5:43 PM IST

ନୟାଗଡ଼: ଅପହରଣ ପରେ ଟଙ୍କା ମାଗୁଥିଲେ ଦୁର୍ବୃତ୍ତ । କୌଶଳବଶତଃ ଟଙ୍କା ଦେଇ ଅପହରଣକାରୀଙ୍କୁ କାବୁ କରିନେଲା ପୋଲିସ । ମାମଲାରେ ସମ୍ପୃକ୍ତ 3 ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟଚାଲାଣ କରିଥିଲା ପୋଲିସ । କୋର୍ଟରେ ଜାମିନ ନାମଞ୍ଜୁର ହୋଇଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇଛି ପୋଲିସ ।

ସୂଚନା ଅନୁଯାୟୀ, ନୟାଗଡ଼ ଟାଉନ ଥାନା ଅଞ୍ଚଳରୁ ୩ ଅଭିଯୁକ୍ତ ନୟାଗଡ଼ ରଣପୁର ଅଞ୍ଚଳର ଦୀପକ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିନେଇଥିଲେ । ଦୀପକଙ୍କୁ ଛାଡ଼ିବା ପାଇଁ 30 ହଜାର ଦାବି କରିଥିଲେ । ଯୋଜନା ବଦ୍ଧ ଭାବେ ଅଭିଯୁକ୍ତମାନେ 30 ହଜାର ଟଙ୍କା ନେବାବେଳେ ସେମାନଙ୍କୁ କାବୁ କରିଛି ପୋଲିସ । ଏଥିସହ ନଗଦ 30 ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ନୟାଗଡ଼ ଟାଉନ ଥାନା ପୋଲିସ କେଶ ନଂ 65/22ରେ ମାମଲା ରୁଜୁ କରି ସମ୍ପୃକ୍ତ 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

ନୟାଗଡ଼ SDJM କୋର୍ଟରେ ଗିରଫ 3 ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟିର ବାପିନା କୁମାର ପ୍ରଧାନ, ଘଡୁଆଳର ପ୍ରିୟବ୍ରତ ବରାଡ଼ ଓ ରଣପୁରର ରାକେଶ କୁମାର ବାରିକ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.