ETV Bharat / state

କୋଭିଡ ଟିକା ପାଇଁ କଲବଲ, ମଧ୍ୟରାତ୍ରିରୁ ଲାଇନରେ ଛିଡା ହେଲେ ଲୋକେ - କୋଭିଡ

କୋଭିଡ ଟିକା ପାଇଁ ରାତିସାରା ଧାଡିରେ ଶତାଧିକ ଲୋକ । ନୟାଗଡ଼ କରବର ପଞ୍ଚାୟତରୁ ଆସିଛି ଏଭଳି ଦୃଶ୍ୟ । ଅଧିକ ପଢନ୍ତୁ..

କୋଭିଡ ଟିକା ପାଇଁ ରାତିସାରା ଧାଡିରେ ଲୋକେ
କୋଭିଡ ଟିକା ପାଇଁ ରାତିସାରା ଧାଡିରେ ଲୋକେ
author img

By

Published : Aug 28, 2021, 1:31 PM IST

ନୟାଗଡ: କୋଭିଡ ଟିକା ପାଇଁ ରାତିସାରା ଧାଡିରେ ଶତାଧିକ ଲୋକ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କରବର ପଞ୍ଚାୟତରୁ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ । ଟିକା ଦିଆ ଯାଉଥିବା ସୂଚନା ପାଇ ରାତିରୁ ପଞ୍ଚାୟତର ଦୂରଦୂରାନ୍ତ ଗାଁରୁ ଲୋକମାନେ ଶୁକ୍ରବାର ରାତି 12ଟାରୁ ଟୀକାକରଣ କେନ୍ଦ୍ରରେ ଧାଡି ବାନ୍ଧି ଠିଆ ହୋଇଥିଲେ । ଶତାଧିକ ପୁରୁଷ ମହିଳା ରାତିରୁ ଟିକା ନେବାପାଇଁ ଠିଆ ହୋଇଥିବା ବେଳେ ମାତ୍ର 400 ଟିକା ଟୀକାକରଣ କେନ୍ଦ୍ରରେ ଉପଲବ୍ଧ ଥିବାବେଳେ ହଜାର ହଜାର ଲୋକ ଟିକା ପାଇବାରୁ ବଞ୍ଚିତ ହୋଇ ଘରକୁ ଫେରି ଯାଇଛନ୍ତି ।

କୋଭିଡ ଟିକା ପାଇଁ ରାତିସାରା ଧାଡିରେ ଲୋକେ

ତେବେ ପ୍ରଶାସନର ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି । କାରଣ ଯେତିକି ଟିକା ଉପଲବ୍ଧ ରହିଛି ଅନ୍ତତଃ ସେତିକି ଲୋକଙ୍କୁ ସୂଚନା ଦିଆଗଲେ ଏଭଳି ଲୋକମାନେ ହଇରାଣ ହରକତରୁ ବଞ୍ଚିତ ରହିପାରନ୍ତେ । ତେବେ ଏନେଇ କର୍ତ୍ତୃପକ୍ଷଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.