ନୟାଗଡ଼: ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି SIT l ଏପଟେ ତଦନ୍ତ ମଧ୍ୟରେ ହେଉଥିବା ନାନା ଚର୍ଚ୍ଚାକୁ ନେଇ ଭୋ ଭୋ ହୋଇ କାନ୍ଦି ଉଠିଲେ ପରୀର ମାଆ ସୌଦାମିନୀ ସାହୁ l ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିଛନ୍ତି ସେ l
ଅଭିଯୁକ୍ତକୁ କଡା ଦଣ୍ଡ ଦେବା ପାଇଁ ପରୀର ପରିବାର ଲୋକ ଦାବି କରିଛନ୍ତି l ଏବେ ଏସଆଇଟି ତଦନ୍ତ କରୁଥିବା ବେଳେ ପରୀର ବାପା-ମାଆ ସିବିଆଇ ତଦନ୍ତ ଦାବି କରିଛନ୍ତି l
ସେପଟେ ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତକୁ ମଧ୍ୟ ଚିହ୍ନଟ କରାଯାଇଛି l ଅଭିଯୁକ୍ତ ସେହି ଯଦୁପୁର ଗାଁର ବୋଲି କୁହାଯାଉଛି l SIT ର ଏପରି ଷ୍ଟାଟସ ରିପୋର୍ଟ ଦାଖଲ କୁ ନେଇ ଚର୍ଚ୍ଚା ଜୋର ଧରୁଛି l ଦୋଷୀ କିଏ? ସେ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ