ETV Bharat / state

ସରଗରମ ଦଶପଲ୍ଲା ରାଜନୀତି, ଗଡ଼ ଅକ୍ତିଆର ଲକ୍ଷ୍ୟରେ ବିଜେଡ଼ି

author img

By

Published : Feb 21, 2022, 12:10 PM IST

ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ l ବିଜେଡ଼ି, ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀମାନେ ଆସନ ହାତେଇବା ଲକ୍ଷ୍ୟରେ ଚଳାଇଛନ୍ତି ଜୋରଦାର କସରତ l ଅଧିକ ପଢନ୍ତୁ

ସରଗରମ ଦଶପଲ୍ଲା ରାଜନୀତି, ଗଡ଼ ଅକ୍ତିଆର କରିବା ଲକ୍ଷ୍ୟରେ ବିଜେଡ଼ି

ନୟାଗଡ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ l ବିଜେଡ଼ି, ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀମାନେ ଆସନ ହାତେଇବା ଲକ୍ଷ୍ୟରେ ଚଳାଇଛନ୍ତି ଜୋରଦାର କସରତ l ଚଳିତ ଥର ବିଜେଡ଼ି ଏବଂ ବିଜେପି ମଧ୍ୟରେ ଜୋରଦାର ଟକ୍କର ଦେଖଥିବାକୁ ମିଳିବ l

2017 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସମସ୍ତ ଜିଲ୍ଲା ପରିଷଦ ଆସନ ବିଜେଡ଼ି ହାତେଇଥିବା ବେଳେ ସମିତି ସଭ୍ୟ ଏବଂ ସରପଞ୍ଚ ପଦବୀ ପାଇଁ ବିଜେଡ଼ି ପରୋକ୍ଷ ସମର୍ଥନ ଜଣାଇ ମଧ୍ୟ ସଫଳତା ହାସଲ କରିଥିଲା l ସେହିପରି ଦ୍ୱିତୀୟ ସ୍ଥାନରେ ବିଜେପି ଏବଂ ତୃତୀୟ ସ୍ଥାନରେ କଂଗ୍ରେସ ରହିଥିଲା l କିନ୍ତୁ ଚଳିତ ଥର ଆସନ ହାତେଇବା ଲକ୍ଷରେ ବିଜେପି ଏବଂ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତି l

କିନ୍ତୁ ବିଜେଡ଼ି 6ରୁ 6 ଜିଲ୍ଲା ପରିଷଦ ଜୋନ ଅକ୍ତିଆର କରିବ ବୋଲି କହିଛନ୍ତି ଦଶପଲ୍ଲା ବିଧାୟକ ରମେଶ ବେହେରା l ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ରହିଛି 6ଟି ଜିଲ୍ଲା ପରିଷଦ ଜୋନ l ଗଣିଆ, ଦଶପଲ୍ଲା ଏବଂ ନୂଆଗାଁ ବ୍ଲକକୁ ନେଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଠିତ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.