ETV Bharat / state

ଆଦର୍ଶ ବିଦ୍ୟାଳୟକୁ ବେଷ୍ଟ ଅନଲାଇନ ଭିଡିଓ ଆଓ୍ବାର୍ଡ: ଛାତ୍ରଛାତ୍ରୀଙ୍କ ସହ ସ୍ବତନ୍ତ୍ର ଆଲୋଚନା

ନୟାଗଡ ନୋଟାର ଆଦର୍ଶ ବିଦ୍ୟାଳୟକୁ ବେଷ୍ଟ ଅନଲାଇନ ଆଇଡିଆ ପୁରସ୍କାର ମିଳିବା ପରେ ସବୁଠୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ...

ଆଦର୍ଶ ବିଦ୍ୟାଳୟକୁ ବେଷ୍ଟ ଅନଲାଇନ ଭିଡିଓ ଆଓ୍ବାର୍ଡ: ଛାତ୍ରଛାତ୍ରୀଙ୍କ ସହ ସ୍ବତନ୍ତ୍ର ଆଲୋଚନା
ଆଦର୍ଶ ବିଦ୍ୟାଳୟକୁ ବେଷ୍ଟ ଅନଲାଇନ ଭିଡିଓ ଆଓ୍ବାର୍ଡ: ଛାତ୍ରଛାତ୍ରୀଙ୍କ ସହ ସ୍ବତନ୍ତ୍ର ଆଲୋଚନା
author img

By

Published : Jan 21, 2021, 10:03 PM IST

ନୟାଗଡ: ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହ ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବା ପାଇଁ ଫାଇନ ଆଦାୟ କରୁଛନ୍ତି । ସେହିପରି ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ପ୍ରଣୟନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ନୟାଗଡ ନୋଟାର ଆଦର୍ଶ ବିଦ୍ୟାଳୟ ଏକ ଅଭିନବ ପ୍ରୟାସ ଆରମ୍ଭ କରିଥିଲା l 58 ସେକେଣ୍ଡ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ଭାଇରାଲ ହେଉଛି l ଗତବର୍ଷର ପ୍ରସ୍ତୁତ ଏକ ଭିଡ଼ିଓକୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା l

ଆଦର୍ଶ ବିଦ୍ୟାଳୟକୁ ବେଷ୍ଟ ଅନଲାଇନ ଭିଡିଓ ଆଓ୍ବାର୍ଡ: ଛାତ୍ରଛାତ୍ରୀଙ୍କ ସହ ସ୍ବତନ୍ତ୍ର ଆଲୋଚନା

ବୁଧବାର ଆଦର୍ଶ ବିଦ୍ୟାଳୟକୁ ବେଷ୍ଟ ଅନଲାଇନ ଆଇଡିଆ ପୁରସ୍କାର ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ଟ୍ବିଟ ଯୋଗେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଉଭୟଙ୍କ ଟ୍ୱିଟ ପରେ ଖୁବ ଚର୍ଚ୍ଚାରେ ଅଛନ୍ତି ଭାଇରାଲ ଭିଡ଼ିଓ ପ୍ରସ୍ତୁତକର୍ତ୍ତା l ତେବେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଏକ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ଆମ ନୟାଗଡ ପ୍ରତିନିଧି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.