ନୟାଗଡ଼ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଉତ୍ୟକ୍ତ ଲୋକେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନୟାଗଡ଼ ସଦରଥାନା ଜାମୁସାହି ଗାଁରେ ଘଟିଛି ଏହି ଅଘଟଣ । ମୃତକ ଜଣକ ହେଲେ ଜାମୁସାହି ଗାଁର ଶ୍ରୀବତ୍ସ ରାଉତ । ସୂଚନା ଅନୁସାରେ, ଶ୍ରୀବତ୍ସ ନିଜ ଚାଷ ଜମିକୁ ଯାଇଥିବାବେଳେ କମ ଉଚ୍ଚତାରେ ଓହଳି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ।
ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ମୃତଦେହକୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ରଖାଯାଇଥିବାବେଳେ କ୍ଷତିପୂରଣ ଦାବିରେ ମେଡିକାଲ ସାମ୍ନା ଏନଏଚ 57କୁ ଅବରୋଧ କରିଛନ୍ତି ଗ୍ରାମବାସୀ। ଫଳରେ ଗମନାଗମନ ପ୍ରଭାବିତ ହୋଇଛି । ନୟାଗଡ଼ ଟାଉନ ଥାନା ପୋଲିସ ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ