ନୟାଗଡ଼: ଶରଣକୁଳ ଥାନାର ବରସାହି ଗାଁରେ ଘଟିଛି ଅଭାବନୀୟ ଘଟଣା l ବିଷାକ୍ତ ଚଣା ଶାଗ ଖାଇ ଜଣେ ୩ବର୍ଷର ଶିଶୁ କନ୍ୟା ମୃତ ଓ 3 ମହିଳା ଗୁରୁତର।
ମୃତ ଶିଶୁ କନ୍ୟା ଜଣକ ହେଲେ ଟୁଇଁକିଲି ମୁଦୁଲି। ଅନ୍ୟପଟେ ମୃତକଙ୍କ ମା', ଜେଜେମା ଓ ଆଈ ଗୁରୁତର ଅଛନ୍ତି l ଗୁରୁତରମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାତିରେ ଚଣାଶାଗ ରାନ୍ଧି ଖାଇଥିବା ସୂଚନା ରହିଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ