ETV Bharat / state

ନବୀନଙ୍କ ଜନ୍ମଦିନରେ ନୟାଗଡରେ ରକ୍ତଦାନ ଶିବିର ଅନୁଷ୍ଠିତ - a blood donation camp in nayagarh gania block

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ନୟାଗଡ଼ ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢ଼ନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

author img

By

Published : Oct 16, 2020, 4:02 PM IST

Updated : Oct 16, 2020, 4:50 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ରକ୍ତଦାନ ଶିବିରରେ ଦଶପଲ୍ଲା ବିଧାୟକ ରମେଶ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ନୟାଗଡ଼ ବିଜେଡି ପକ୍ଷରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଗୁପ୍ତେଶ୍ବର ବିଦ୍ୟାପୀଠ ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ବିଜେଡି କର୍ମୀଙ୍କ ସହ ଅନ୍ୟମାନେ ସ୍ବେଚ୍ଛକୃତ ଭାବେ ରକ୍ତଦାନ କରିଥିଲେ। ଏହି ଶିବିରରୁ 67 ୟୁନିଟ ରକ୍ତ ସଂଗ୍ରହ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଏହି ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା।

କୋରୋନା ସଂକ୍ରମଣ ଯୋଗୁଁ ବିଭିନ୍ନ ଡାକ୍ତରଖାନାର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖା ଦେଇଛି। ଏହି ଅଭାବକୁ ପୂରଣ କରିବା ଏହି ଶିବିରର ମୂଳ ଲକ୍ଷ୍ୟ ଥିବା ନେଇ ବିଜେଡି କର୍ମୀ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ଶିବିରରେ ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ରଥ କନ୍ଧମାଳ ସାଂସଦଙ୍କ ଜିଲ୍ଲାପ୍ରତିନିଧି ସଦାଶିବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Oct 16, 2020, 4:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.