ETV Bharat / state

ନୟାଗଡରେ ଘରେ ଘରେ ପହଞ୍ଚିବ ପାନୀୟ ଜଳ, ୪୦୦କୋଟି ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ - ଓଡଗାଁ ରଣପୁର ବ୍ଲକରେ ପହଞ୍ଚିବ ପାନୀୟ ଜଳ

ନୟାଗଡ଼ ଜିଲ୍ଲାର ପ୍ରତି ଘରେ ଘରେ ପହଞ୍ଚିବ ପାନୀୟ ଜଳ । ଶନିବାର ଏହା ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଜିଲ୍ଲାର ଘରେ ଘରେ ପହଞ୍ଚିବ ପାନୀୟ ଜଳ, ୪୦୦କୋଟି ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

author img

By

Published : Oct 17, 2022, 7:50 AM IST

ନୟାଗଡ଼: ଜିଲ୍ଲାର ଘରେ ଘରେ ପହଞ୍ଚିବ ଶୁଦ୍ଧ ପାନୀୟ ଜଳ (Drinking piped water to every house) । ଏଥିପାଇଁ ୩୯୫ କୋଟି ୪୪ ଲକ୍ଷ ଟଙ୍କାର ୨ଟି ବୃହତ୍ତ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ । ଏନେଇ ନୟାଗଡ଼ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୟାଗଡ଼ ଜିଲ୍ଲାର ୩ ବିଧାୟକ ।

ଜିଲ୍ଲାର ଘରେ ଘରେ ପହଞ୍ଚିବ ପାନୀୟ ଜଳ, ୪୦୦କୋଟି ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

ଏହି ୨ଟି ପ୍ରକଳ୍ପ ଓଡଗାଁ ଏବଂ ରଣପୁର ବ୍ଲକର ୭୩ଟି ପଞ୍ଚାୟତର ୪୨୯ଟି ଗାଁରେ ଶୁଦ୍ଧ ପାନୀୟ ଜଳ ଯୋଗାଇବ । ଏଥିପାଇଁ ନୟାଗଡ଼ ଜିଲ୍ଲା ଜନ ସାଧାରଣଙ୍କ ପକ୍ଷରୁ ନୟାଗଡ଼ ବିଧାୟକ ଡ଼ଃ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଏବଂ ଦଶପଲ୍ଲା ବିଧାୟକ ରମେଶ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ପ୍ରକଳ୍ପ ଦ୍ବୟ ଆସନ୍ତା ୨୪ ମାସ ମଧ୍ୟରେ ସମାପ୍ତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ତେବେ ଏନେଇ ନୟାଗଡ଼ ଜନ ସାଧାରଣ ଖୁସି ବ୍ୟକ୍ତ କରିଛନ୍ତି ।

ଏହା ବି ପଢନ୍ତୁ- ରାଜ୍ୟ କ୍ୟାବିନେଟରେ 9 ପ୍ରସ୍ତାବକୁ ମୋହର, ଫୋକସରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ

ଏନେଇ ନୟାଗଡ଼ ବିଧାୟକ ଅରୁଣ ସାହୁ କହିଛନ୍ତି, " ଶନିବାର କ୍ୟାବିନେଟ ବୈଠକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ଓଡ଼ଗାଁ ବ୍ଲକ ଓ ରଣପୁର ବ୍ଲକର ପ୍ରତ୍ୟେକ ଗ୍ରାମକୁ ପ୍ରତ୍ୟେକଟି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ହୋଇଥିବା ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଦିବସ ଅବସରରେ ତାଙ୍କୁ ନୟାଗଡ଼ ଜିଲ୍ଲାବାସୀ ଧନ୍ୟବାଦ ଜଣାଉଛୁ । ଏହାପୂର୍ବରୁ ସେ ୫୨ କୋଟି ଟଙ୍କାର ଟ୍ରିଟମେଣ୍ଟ ପ୍ଲାଣ୍ଟ ଯୋଗାଇଛନ୍ତି । ସେଥିଲାଗି ଆମେ ତାଙ୍କ ନିକଟରେ କୃତଜ୍ଞ ।"

ସୂଚନା ଥାଉକି, ଗତ ଶନିବାର ବସିଥିବା କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ (Odisha Cabinet approves 9 proposals) ମିଳିଛି । ବୈଷୟିକ ଶିକ୍ଷା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଓ ସାଧାରଣ ପ୍ରଶାସନ ବିଭାଗର ୯ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହୋଇଥିବାବେଳେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣକୁ ସରକାର ଗୁରୁତ୍ବ ଦିଆଯାଇଛି ।

ସରକାର ଗ୍ରାମ୍ୟ ଜନସାଧାରଣଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦେଇଛନ୍ତି । ସେଥିପାଇଁ 4 ଜିଲ୍ଲାର 11 ବ୍ଲକରେ ପାନୀୟ ଜଳ ଯୋଗାଣ ନେଇ ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ନୟାଗଡ଼ ଜିଲ୍ଲାର ରଣପୁର ଓ ଓଡ଼ଗାଁ ବ୍ଲକର 2ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର 395.43 କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ କରାଯାଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.