ନୟାଗଡ଼: ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲ୍ଲା ରଣପୁର ବଡ଼ ଦାଣ୍ଡରେ ଭକ୍ତଙ୍କ ଗହଳି । ଗୋଟି ପହଣ୍ଡି କରି ଘଣ୍ଟ ହୁଳହୁଳିରେ ଭକ୍ତଙ୍କ ଗହଣରେ ରତ୍ନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।
ପରମ୍ପରା ଅନୁଯାୟୀ, ରଥଯାତ୍ରାରେ ନେଇନଥିବାରୁ ଅଭିମାନ କରିଥିବା ମା' ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିଛନ୍ତି ମହାପ୍ରଭୁ । ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ ହେବାପରେ ମହାପ୍ରଭୁ ରତ୍ନବେଦୀକୁ ବିଜେ କରିଛନ୍ତି । ପୁରୀ ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ ରଣପୁରରେ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି ସମ୍ପର୍ଣ୍ଣ କରାଯାଇଛି ।
ଇଟିଭି ଭାରତ, ନୟାଗଡ଼