ETV Bharat / state

ନୟାଗଡରେ ଦଣ୍ଡଯାତ୍ରା ହିଂସା, SP-ଜିଲ୍ଲାପାଳଙ୍କୁ ଦାୟୀ କଲା କଂଗ୍ରେସ - ଦଣ୍ଡଯାତ୍ରା ହିଂସା ପାଇଁ ଜିଲ୍ଲାପାଳଙ୍କ ଦାୟୀ କଲା କଂଗ୍ରେସ

ନୟାଗଡ ଦଣ୍ଡ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ । ଏହି ଘଟଣା ପାଇଁ ଏସପି ଏବଂ ଜିଲ୍ଲାପାଳଙ୍କୁ ଦାୟୀ କଲା କଂଗ୍ରେସ । ଅଧିକ ପଢନ୍ତୁ

ନୟାଗଡରେ ଦଣ୍ଡଯାତ୍ରା ହିଂସା, SP-ଜିଲ୍ଲାପାଳଙ୍କୁ ଦାୟୀ କଲା କଂଗ୍ରେସ

author img

By

Published : Apr 15, 2022, 2:12 PM IST

ନୟାଗଡ଼: ଦଣ୍ଡ ଶୋଭାଯାତ୍ରା ସମୟରେ ହିଂସାକାଣ୍ଡ ପ୍ରସଙ୍ଗ । ଏହି ଘଟଣା ପାଇଁ ନୟାଗଡ ଜିଲ୍ଲାପାଳ ଏବଂ ଏସପିଙ୍କୁ ଦାୟୀ କଲା କଂଗ୍ରେସ । ନୟାଗଡରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଉଭୟଙ୍କୁ ଦାୟୀ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ ଦାଶ । ଏଥିସହ ପୀଡିତ ପରିବାରକୁ 20 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦେବାକୁ ମଧ୍ୟ କହିଛନ୍ତି ।

ନୟାଗଡରେ ଦଣ୍ଡଯାତ୍ରା ହିଂସା, SP-ଜିଲ୍ଲାପାଳଙ୍କୁ ଦାୟୀ କଲା କଂଗ୍ରେସ

ବିକଳ୍ପ ଟ୍ରାଫିକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆନଯାଇ ଦୀର୍ଘ ୫ ଘଣ୍ଟା ଧରି ୫୭ ନମ୍ବର ଜାତୀୟ ରାଜପଥ ଉପରେ ହଜାର ହଜାର ଲୋକଙ୍କ ଧାର୍ମିକ ଶୋଭାଯାତ୍ରା ପାଇଁ ଅନୁମତି ଦେବାର ଅଧିକାର ଜିଲ୍ଲାପାଳ ଓ ଏସପିଙ୍କୁ କିଏ ଦେଲା କିଏ ବୋଲି ପ୍ରଶ୍ନ ରଣଜିତ କରିଛନ୍ତି । ରାଜପଥ ଉପରେ ଦୀର୍ଘ ସମୟବ୍ୟାପୀ ଏଭଳି ବିରାଟ ଶୋଭାଯାତ୍ରା ପାଇଁ ଆଇନତଃ ପୂର୍ବ ସତର୍କତା ନିୟମ କାର୍ଯ୍ୟକାରୀ ସହ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ମୁତୟନ କରାଯିବାର ଆବଶ୍ୟକତା ଥିଲା । ଏହା ନକରି ଶୋଭାଯାତ୍ରା ପାଇଁ ଅନୁମତି ଦେବା ଅଭିଯୋଗରେ ଜିଲ୍ଲାପାଳ ଓ ଏସପିଙ୍କ ବିରୁଦ୍ଧରେ ଜିଲ୍ଲା ଜର୍ଜସ୍ତରୀୟ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିବେ ବୋଲି କଂଗ୍ରେସ ନେତା କହିଛନ୍ତି l

ଏହାମଧ୍ୟ ପଢନ୍ତୁ:ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, IICଙ୍କ ସମେତ 8 ଆହତ

ଦୀର୍ଘ ୫ ଘଣ୍ଟାର ଏହି ବିରାଟ ଶୋଭାଯାତ୍ରା ବେଳେ ଅଘୋଷିତ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ଆମ୍ବୁଲାନ୍ସ ଚଳପ୍ରଚଳ, ଜରୁରୀ ସ୍ବାସ୍ଥ୍ୟସେବା ବ୍ୟାହତ ହୋଇଥିଲା । ଏ ଦିଗରେ ଜିଲ୍ଲାପାଳ କିମ୍ବା ଏସପି କୌଣସି ପ୍ରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିନଥିବା ଭଳି ପ୍ରଶାସନିକ ଅନଭିଜ୍ଞତାକୁ ରଣଜିତ ଦାଶ ଦୃଢ ନିନ୍ଦା କରିଛନ୍ତି l ଏପରିକି ଶୋଭାଯାତ୍ରା ପ୍ରଭାବରେ ରାସ୍ତା ଜାମ୍ ଯୋଗୁଁ ରାଜ୍ୟ ରାଜଧାନୀ-ପଶ୍ଚିମ ଓଡିଶା-ଦକ୍ଷିଣ ଓଡିଶା ଯୋଗାଯୋଗ ଏକପ୍ରକାର ବିଛିନ୍ନ ହୋଇ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବା କୁହାଯାଇଛି l ଏହି ଧାର୍ମିକ ଶୋଭାଯାତ୍ରାରେ ଜନଗହଳିକୁ ଆକଳନ କରି ଆବଶ୍ୟକୀୟ ପୋଲିସ ଫୋର୍ସ ମୁତୟନ କରାଯାଇ ଥିଲେ ଉଭୟ ଗ୍ରାମ ମଧ୍ୟରେ ଗୋଷ୍ଠୀସଂଘର୍ଷ ଜନିତ ହତ୍ୟାକାଣ୍ଡକୁ ରୋକାଯାଇ ପାରିଥାନ୍ତା ବୋଲି ସେ ମତବ୍ୟକ୍ତ କରିଛନ୍ତି l

ଏହି ଗୋଷ୍ଠୀ ସଂଘର୍ଷରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ଅର୍ଥରାଶି ପ୍ରଦାନ ସହ ଉଭୟ ପକ୍ଷର ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରନ୍ତୁ ଜିଲ୍ଲା କଂଗ୍ରେସ ଦାବି କରିଛି l ଯେଉଁମାନେ ପ୍ରକୃତରେ ଏହି ଗୋଷ୍ଠୀ ସଂଘର୍ଷରେ ସମ୍ପୃକ୍ତ ପୋଲିସ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଏବଂ ନିରୀହ ଗ୍ରାମବାସୀଙ୍କୁ ମିଛ ମକଦ୍ଦମାରେ ସାମିଲ କରାନଯାଉ ବୋଲି କଂଗ୍ରେସ କହିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.