ନୟାଗଡ: ଡେଲାଙ୍ଗ ପୋଲିସକୁ ସଫଳତା । ଏକ ବାଇକ ଚୋରି ରାକେଟର ପର୍ଦ୍ଦାଫାସ କଲା ପୋଲିସ । 5ଟି ବାଇକ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ହେଲେ ଦେଉଳପଲ୍ଲୀ ଗ୍ରାମର ଦୀପକ ପ୍ରଧାନ ।
ସୂଚନା ଅନୁସାରେ, ବାଇକ ରାକେଟ ତଦନ୍ତ ବେଳେ ଦୀପକଙ୍କ ସମ୍ପୃକ୍ତି ନେଇ ଜାଣିବାକୁ ପାଇଥିଲା ପୋଲିସ । ଅଚାନକ ଚଢାଉ କରି ପୋଲିସ 5ଟି ବାଇକ ଜବତ କରିବା ସହ ତାକୁ ଗିରଫ କରିବାରେ ସଫଳ ହୋଇଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ