ETV Bharat / state

ଘରପୋଡ଼ିର 3ବର୍ଷ ପରେ ମିଳୁନି ସରକାରୀ ସହାୟତା, ଗୁହାଳ ଘରେ ବିତୁଛି ଜୀବନ

ନୟାଗଡ଼ ଜିଲ୍ଲାର ମଧ୍ୟଖଣ୍ଡ ପଞ୍ଚାୟତରେ 3ଟି ପରିବାରର ଘରପୋଡି ହୋଇଯାଇଥିବାବେଳେ 3 ବର୍ଷ ପରେ ମଧ୍ୟ ସରକାରୀ ସହାୟତା ମିଳିପାରିନାହିଁ । ଅଧିକ ପଢନ୍ତୁ...

Nayagarh people demanded govt. compensation for House fire of 3 families
ଘରପୋଡ଼ିର 3ବର୍ଷ ପରେ ମିଳୁନି ସରକାରୀ ସହାୟତା, ଗୁହାଳ ଘରେ ବିତୁଛି ଜୀବନ
author img

By

Published : Jan 28, 2021, 12:57 PM IST

ନୟାଗଡ଼: ଜିଲ୍ଲା ଦଶପଲ୍ଲା ସହରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ପଞ୍ଚାୟତ ମଧ୍ୟଖଣ୍ଡର ମର୍ଦାବାଡି ସାହିରେ ଘର ପୋଡି ଯାଇଥିବା 3ଟି ପରିବାରକୁ 3 ବର୍ଷ ପରେ ମଧ୍ୟ ସରକାରୀ ସହାୟତା ମିଳିପାରିନାହିଁ । ଫଳରେ ଏହି 3 ଅସହାୟ ପରିବାର ପରିତ୍ୟକ୍ତ ଘରେ ଜୀବନ ବଞ୍ଚାଉଛନ୍ତି । ଅନ୍ୟପଟେ ତୁରନ୍ତ ପକ୍କାଘର ଯୋଗାଇ ଦେବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଘରପୋଡ଼ିର 3ବର୍ଷ ପରେ ମିଳୁନି ସରକାରୀ ସହାୟତା, ଗୁହାଳ ଘରେ ବିତୁଛି ଜୀବନ

ଗତ 2019 ମସିହା ମାର୍ଚ୍ଚ 23 ତାରିଖରେ ସର୍ଟ ସର୍କିଟ ଯୋଗୁଁ ୩ଟି ପରିବାରର ଘରେ ନିଆଁ ଲାଗିଯାଇଥିଲା । ସେତେବେଳେ ଗ୍ରାମର ରମେଶ ରଣାଙ୍କୁ ୪୦୦୧ ଟଙ୍କା ସହାୟତା ଦେବା ସହ ଅନ୍ୟ ୨ ପରିବାର ଉପେନ୍ଦ୍ର ରଣା ଏବଂ ଦୀନବନ୍ଧୁ ରଣାଙ୍କୁ ଜରିପାଲ ଖଣ୍ଡିଏ ଦେଇ ପ୍ରଶାସନ କାମ ସାରିଥିଲା । ଇତିମଧ୍ୟରେ 2 ବର୍ଷ ବିତିସାରିଥିଲେ ମଧ୍ୟ 3 ପରିବାରକୁ ଅନ୍ୟ ସରକାରୀ ସହାୟତା ମିଳିପାରି ନାହିଁ । ଆକସ୍ମିକ ଦୁର୍ଘଟଣାରେ କ୍ଷତି ସହୁଥିବା ଲୋକଙ୍କୁ ପ୍ରୋତ୍ସାହନ ପ୍ରଦାନ ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଅସହାୟ ପରିବାରକୁ ଏଯାବତ ସହାୟତା ମିଳିନାହିଁ ।

ଗ୍ରାମବାସୀ ଏହି ୩ ପରିବାରଙ୍କ ଦୁଃଖଦ ଅବସ୍ଥା ସହି ନପାରି ଗ୍ରାମର କିଛି ବଦାନ୍ୟ ବ୍ୟକ୍ତିଙ୍କଠାରୁ ସହାୟତା ମାଗି ସାହାଯ୍ୟ ଯୋଗାଇଥିଲେ । ୩ପରିବାର ଏବେ ମନ୍ଦିର ପୂଜକ ଭାବେ ପୂଜା କରି ଏବଂ ମୂଲ ଲାଗି ପରିବାର ଚଳାଉଛନ୍ତି । ପକ୍କା ଘର ପାଇଁ ପଞ୍ଚାୟତଠାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କରୁଥିଲେ ମଧ୍ୟ ୩ପରିବାରକୁ ପକ୍କାଘର ଯୋଗାଇ ନାହାଁନ୍ତି ସରକାର । ରମେଶ ରଣା ପଡୋଶୀ ଘରର ଏକ ଗୁହାଳ ଘର ଜୀବନ ବିତାଉଛନ୍ତି ।

ଦୀନବନ୍ଧୁଙ୍କ ୩ ବର୍ଷର ବିକଳାଙ୍ଗ ପୁଅକୁ ଧରି ବିପଦସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ପରିତ୍ୟକ୍ତ ଘରେ ଜୀବନ ବିତାଉଛନ୍ତି । ଏଥିପ୍ରତି ବ୍ଳକ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ପକ୍କା ଘର ଯୋଜନାରେ ଘରଟିଏ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.