ETV Bharat / state

ରାତି ଅଧରେ ଗୋଦାମ ଗୃହରୁ ପିଡ଼ିଏସ ଚାଉଳ ଚୋରି, ଭିଡିଓ ଭାଇରାଲ

author img

By

Published : May 13, 2021, 5:09 PM IST

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କେରେଣ୍ଡାଟାଙ୍ଗୀ ପଞ୍ଚାୟତରେ ଏଭଳି ପିଡ଼ିଏସ ସାମଗ୍ରୀ ଚୋରି ହେଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି l ଅଧିକ ପଢନ୍ତୁ...

ରାତି ଅଧରେ ଗୋଦାମ ଗୃହରୁ ପିଡ଼ିଏସ ଚାଉଳ ଚୋରି
ରାତି ଅଧରେ ଗୋଦାମ ଗୃହରୁ ପିଡ଼ିଏସ ଚାଉଳ ଚୋରି

ନୟାଗଡ଼: ରାତି ଅଧରେ ପଞ୍ଚାୟତ ଗୋଦାମରୁ ପିଡ଼ିଏସ ଚାଉଳ ଚୋରି l ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କେରେଣ୍ଡାଟାଙ୍ଗୀ ପଞ୍ଚାୟତରେ ଏଭଳି ପିଡ଼ିଏସ ସାମଗ୍ରୀ ଚୋରି ହେଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି l

ରାତି ଅଧରେ ଗୋଦାମ ଗୃହରୁ ପିଡ଼ିଏସ ଚାଉଳ ଚୋରି

ଏହି ଭିଡିଓରେ ସ୍ଥାନୀୟ କେରେଣ୍ଡାଟାଙ୍ଗୀ ସରପଞ୍ଚଙ୍କ ଭାଇ ଓ ଅନ୍ୟକିଛି ଲୋକ ବସ୍ତା ବସ୍ତା ପିଡ଼ିଏସ ସାମଗ୍ରୀ ବାଇକ ଯୋଗେ ବୋହି ନେଉଥିବା ଦେଖିବାକୁ ମିଳିଛି l ପଞ୍ଚାୟତର ଜଣେ କର୍ମଚାରୀ ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ଥିବା ଭିଡିଓରେ ଦେଖିବାକୁ ମିଳିଛି l

ପଞ୍ଚାୟତର ଅନେକ ଗରିବ ହିତାଧିକାରୀ ଅଦ୍ୟାବଧି ପିଡ଼ିଏସ ସାମଗ୍ରୀ ପାଉନଥିବା ବେଳେ ରାତି ଅଧିଆ ପିଡ଼ିଏସ ହରିଲୁଟ ହେବା ପଛରେ ପଞ୍ଚାୟତର ପିଓଙ୍କ ସମେତ ଯୋଗାଣ ବିଭାଗର ବହୁ ଉପରିସ୍ଥ ଅଧିକାରୀ ସାମିଲ ରହିଥିବା ଅଭିଯୋଗ ହୋଇଛି l ଅନ୍ୟପକ୍ଷେ ଏ ନେଇ ପଂଚାୟତବାସୀ ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଏହି ପିଡ଼ିଏସ ଚୋରି ଘଟଣାର ତଦନ୍ତ ନିର୍ଦେଶ ଦେଇଥିବା ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.