ETV Bharat / state

ଧାନ କିଣିବା ଦାବିରେ ମଣ୍ଡି ଆଗରେ କୃଷକଙ୍କ ଧାରଣା

author img

By

Published : Mar 18, 2021, 9:42 AM IST

ଥମିନି ଚାଷୀ ସମସ୍ୟା । ଧାନ କିଣିବା ଦାବିରେ ନୟାଗଡ ଚାଷୀ । ଅଧିକ ପଢନ୍ତୁ...

ଧାନ କିଣିବା ଦାବିରେ ମଣ୍ଡି ଆଗରେ କୃଷକଙ୍କ ଧାରଣା
ଧାନ କିଣିବା ଦାବିରେ ମଣ୍ଡି ଆଗରେ କୃଷକଙ୍କ ଧାରଣା

ନୟାଗଡ: ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କେରଣ୍ଡାଟାଙ୍ଗି ସେବା ସମବାୟ ସମିତି ଆଗରେ ଗତ ତିନି ଦିନ ଧରି ଚାଷୀ ଧାରଣାରେ ବସିଛନ୍ତି l ଓଡିଶା କୃଷକ ସଭା ସହଯୋଗରେ ଚାଷୀମାନେ ଏହି ଧାରଣ କରିଥାନ୍ତି l ଧାନ କିଣା ଯିବ କହି ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉ ନାହିଁ l

ଏହାର ପ୍ରତିବାଦରେ ଧାରଣାରେ ବସିବାର ନିଷ୍ପତ୍ତି ନେଇଛନ୍ତି ଚାଷୀମାନେ l ଧାନ କିଣା ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆ ନଯିବା ପର୍ଯ୍ୟନ୍ତ ଚାଷୀମାନେ ଧାରଣା ଜାରି ରଖିବେ ବୋଲି ଶୁଣିବାକୁ ମିଳୁଛି l

ପ୍ରଶାସନ ଧାନ କିଣା ପାଇଁ ପ୍ରତିଶୃତି ନଦେଲେ ରାଜରାସ୍ତାକୁ ଓହ୍ଲାଇବେ ଚାଷୀ l ଏହି ଧାରଣାରେ କୃଷକ ନେତା ସୁରେଶ ସ୍ବାଇଁ, ସାରଙ୍ଗଧର ପ୍ରଧାନ, ଗଣେଶ୍ବର ଦଳେଇଙ୍କ ସହିତ ବହୁ କର୍ମୀ ସାମିଲ ଅଛନ୍ତି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.