ETV Bharat / state

ଜରାଜୀର୍ଣ୍ଣ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି, ଜିଲ୍ଲାପାଳଙ୍କୁ ଦାୟୀ କଲେ ସମାଜସେବୀ - ଜିଲ୍ଲାପାଳଙ୍କୁ ଦାୟୀ କଲେ ସମାଜସେବୀ

ନୟାଗଡ ଜିଲ୍ଲାର ପ୍ରବାଦ ପୁରୁଷ ତଥା ପାଠାଗାର ଆନ୍ଦୋଳନର ସ୍ରଷ୍ଟା, ପ୍ରତିଷ୍ଠିତ ସଂଗ୍ରାହକ ଦାଶରଥୀ ପଟ୍ଟନାୟକ ତଥା ଦାସିଆ ଅଜାଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ନୟାଗଡ କଚେରୀ ବଜାରଠାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାପନାର ପାଞ୍ଚବର୍ଷ ପୁରିବ l ମାତ୍ର ଜରାଜୀର୍ଣ୍ଣ ଭାବେ ରହିଛି ଏହି ପ୍ରତିମୂର୍ତ୍ତି । ଅଧିକ ପଢନ୍ତୁ

ଜରାଜୀର୍ଣ୍ଣ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି,ଜିଲ୍ଲାପାଳଙ୍କୁ ଦାୟୀ କଲେ ସମାଜସେବୀ

author img

By

Published : Sep 9, 2022, 2:43 PM IST

ନୟାଗଡ଼: ଜରାଜୀର୍ଣ୍ଣ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି । ନୟାଗଡ ଜିଲ୍ଲାର ପ୍ରବାଦ ପୁରୁଷ ତଥା ପାଠାଗାର ଆନ୍ଦୋଳନର ସ୍ରଷ୍ଟା, ପ୍ରତିଷ୍ଠିତ ସଂଗ୍ରାହକ ଦାଶରଥୀ ପଟ୍ଟନାୟକ ତଥା ଦାସିଆ ଅଜାଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ନୟାଗଡ କଚେରୀ ବଜାରଠାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାପନାର ପାଞ୍ଚବର୍ଷ ପୁରିବ । ହେଲେ ଜରାଜୀର୍ଣ୍ଣ ଭାବେ ରହିଛି ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି l

ତେବେ ଦାଶରଥୀ ପଟ୍ଟନାୟକ ଲାଇବ୍ରେରୀ ଟ୍ରଷ୍ଟର ଅଧ୍ୟକ୍ଷ, ମାତ୍ର ଜିଲ୍ଲାପାଳଙ୍କ ଦାୟିତ୍ବହୀନତା ପାଇଁ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ରଙ୍ଗ ଛାଡ଼ି ବିକୃତ ହୋଇଗଲାଣି ବୋଲି ଅଭିଯୋଗ କରିଛନ୍ତି ନୟାଗଡ଼ର ୨ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ଆଇନଜୀବି ରଞ୍ଜିତ ଦାଶ l ମଞ୍ଚରୁ ପଥର ଖସି ଗଲାଣି, କେତେବେଳେ ଭୁଶୁଡିବ l ଏପରି ସମ୍ଭାବନାକୁ ଅସ୍ବୀକାର କରାଯାଇ ନପାରେ l

ଜିଲ୍ଲାପାଳ ଏହି ରାସ୍ତା ଦେଇ ତାଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି ଯାଉଛନ୍ତି l କିନ୍ତୁ ମାଡାମଙ୍କ ଦୃଷ୍ଟି ପଡୁନି l ଆସନ୍ତା ୧୨ ସେପ୍ଟେମ୍ବର ହେଉଛି ଦାସିଆ ଅଜାଙ୍କ ପୁଣ୍ୟ ଜନ୍ମତିଥି l ଅନ୍ତତଃପକ୍ଷେ ଏହି ଯୋଗଜନ୍ମା ପୁରୁଷଙ୍କ ଜନ୍ମତିଥି ପୂର୍ବରୁ ଏହି ପ୍ରତିମୂର୍ତ୍ତିରେ ରଙ୍ଗ ପ୍ରଲେପନ କରିବା ପାଇଁ ଆଜି ରାଜ୍ୟ ସଂସ୍କୃତି ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ନୟାଗଡ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ଜରିଆରେ ଏକ ସ୍ମାରକପତ୍ର ଦେଇଛନ୍ତି ଦାଶରଥି ପଟ୍ଟନାୟକ ସ୍ମୃତି ସଂସଦ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ଆଇନଜୀବି ରଣଜିତ ଦାଶ l

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.