ETV Bharat / state

ଭାପୁର ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ବାତିଲ - Bhapur block chairmen by-election cancelled

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ବ୍ଲକ ଅଧ୍ୟକ୍ଷା ପଦ ପାଇଁ ହେବାକୁ ଥିବା ଉପନିର୍ବାଚନ ବାତିଲ ହୋଇଛି l ଅଧିକ ପଢ଼ନ୍ତୁ...

ଭାପୁର ବ୍ଲକ ଅଧକ୍ଷା ଉପନିର୍ବାଚନ ବାତିଲ
ଭାପୁର ବ୍ଲକ ଅଧକ୍ଷା ଉପନିର୍ବାଚନ ବାତିଲ
author img

By

Published : Oct 5, 2021, 9:49 PM IST

ନୟାଗଡ଼: ଭାପୁର ବ୍ଲକ ଅଧ୍ୟକ୍ଷା ପଦ ପାଇଁ ହେବାକୁ ଥିବା ଉପନିର୍ବାଚନ ବାତିଲ ହୋଇଛି l ଆଜି(ମଙ୍ଗଳବାର) ଅଧ୍ୟକ୍ଷା ପଦବୀ ପାଇଁ ସଂରକ୍ଷିତ ରହିଛି । ଏହି ଆସନରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଭାପୁର ବ୍ଲକ ଅଧକ୍ଷା ଉପନିର୍ବାଚନ ବାତିଲ

ଶାନ୍ତିଲତାଙ୍କ 7 ଜଣ ସମର୍ଥକ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ଉପସ୍ଥିତ ଥିଲେ । କିନ୍ତୁ ବିଜେଡି ନେତା ଗୟାଧରଙ୍କ ସମର୍ଥକ କୁହାଯାଉଥିବା 14 ଜଣ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଅନୁପସ୍ଥିତ ରହିଥିବାରୁ ନିର୍ବାଚନକୁ ଜିଲ୍ଲା ପ୍ରଶାସନ ଉପନିର୍ବାଚନ ବାତିଲ କରିଛନ୍ତି । ଶାନ୍ତିଲତାଙ୍କ ନାମରେ ଜାଲ୍‌ ଦସ୍ତଖତ କରି ବିଜେଡି ନେତା ଗୟାଧର 80 କୋଟି ଟଙ୍କା ହଡ଼ପ କରିଥିବା ନେଇ ଶାନ୍ତିଲତା ଅଭିଯୋଗ କରିଥିଲେ ।

ଏହାପରେ ଅନାସ୍ଥା ଭୋଟରେ ଶାନ୍ତିଲତାଙ୍କୁ ପଦଚ୍ୟୁତ କରାଯାଇଥିଲା । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ପୁଣି ଉପନିର୍ବାଚନ ହେବା ନେଇ ବିଜ୍ଞପ୍ତି ଆସିଥିଲା । ଏହାପରେ ଆଜି(ମଙ୍ଗଳବାର) 144 ଧାରା ଲାଗୁ କରାଯାଇ କଡ଼ାକଡି ଭାବେ ନିର୍ବାଚନ ହେବାକୁ ଥିଲା l ଗୟାଧରଙ୍କ ସମର୍ଥକ କୁହାଯାଉଥିବା 14ଜଣ ନିର୍ବାଚିତ ସମିତିସଭ୍ୟ ଅନୁପସ୍ଥିତ ରହିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ଅଧ୍ୟକ୍ଷା ଉପନିର୍ବାଚନକୁ ବାତିଲ କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.