ETV Bharat / state

ବିଡିଓ ହେବ ତ ଏମିତି, ଲାଞ୍ଚ ନନେବା ପାଇଁ ଗଡାଇଲେ ସଚେତନତା ରଥ

author img

By

Published : Jul 21, 2021, 11:35 AM IST

ଭାପୁର ବ୍ଲକରେ ନୂତନ ବିଡ଼ିଓ ଭାବେ ଯୋଗ ଦେଇଥିବା ଆଶିଷ କୁମାର ତ୍ରିପାଠୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସରକାରୀ ଯୋଜନାରେ ସୁବିଧା ପାଇବାକୁ ହେଲେ ଲାଞ୍ଚ ନ ଦେବାକୁ ନେଇ ବୁଲାଇଲେ ସଚେତନ ରଥ । ଅଧିକ ପଢନ୍ତୁ...

ଲାଞ୍ଚ ନନେବା ପାଇଁ ଗଡାଇଲେ ସଚେତନତା ରଥ
ଲାଞ୍ଚ ନନେବା ପାଇଁ ଗଡାଇଲେ ସଚେତନତା ରଥ

ନୟାଗଡ଼: ଭାପୁର ବ୍ଲକରେ ନୂତନ ବିଡ଼ିଓ ଭାବେ ଯୋଗ ଦେଇଥିବା ଆଶିଷ କୁମାର ତ୍ରିପାଠୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଚି । ସରକାରୀ ଯୋଜନାରେ ସୁବିଧା ପାଇବାକୁ ହେଲେ ଲାଞ୍ଚ ନ ଦେବାକୁ ବୁଲାଇଲେ ସଚେତନ ରଥ । ସରକାରୀ କର୍ମଚାରୀ ଲାଞ୍ଚ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବିଡ଼ିଓ ।

ଲାଞ୍ଚ ନନେବା ପାଇଁ ଗଡାଇଲେ ସଚେତନତା ରଥ

ନୟାଗଡ଼ ଜିଲ୍ଲାର 8ଟି ବ୍ଲକ ମଧ୍ୟରୁ ଭାପୁର ବ୍ଲକରେ ସବୁଠାରୁ ଅଧିକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ମନରେଗାରେ ଏହି ବ୍ଲକ ସବୁଠାରୁ ଆଗରେ ଥିବାବେଳେ ଦୁର୍ନୀତିରେ ମଧ୍ୟ ଆଗରେ ରହିଛି । କୂଅ, ପୋଖରୀ, ଡ୍ରେନ, ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଛି । ପକ୍କାଘର ଠାରୁ ଆରମ୍ଭ କରି ଆବାସ ଯୋଜନା ଭଳି ସରକାରୀ ଯୋଜନାରେ ସୁବିଧା ପାଇବାକୁ ହେଲେ ଲାଞ୍ଚ ଦେବାକୁ ପଡୁଛି ।

ସରକାରୀ ସୁବିଧା ହିତାଧିକାରୀଙ୍କୁ ପ୍ରଦାନ ପାଇଁ ଦଲାଲ ସକ୍ରିୟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାପୁର ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ବିଡ଼ିଓ ଆଶିଷ କୁମାର ତ୍ରିପାଠୀ ଭିନ୍ନ ପଦକ୍ଷେପ ନେଇଛନ୍ତି । ସରକାରୀ ଯୋଜନାରେ ସୁବିଧା ପାଇବା ପାଇଁ କାହାରିକୁ ଲାଞ୍ଚ ନ ଦେବାକୁ ସେ କହିଛନ୍ତି । କୌଣସି ସରକାରୀ କର୍ମଚାରୀ ଲାଞ୍ଚ ନେବାର ଅଭିଯୋଗ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡ଼ିଓ କହିଛନ୍ତି । ସେଥିପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଭାପୁର ବ୍ଲକରେ ସଚେତନ ରଥ ବୁଲାଇଛନ୍ତି ବିଡିଓ l ଏହି ରଥ ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.