ନୟାଗଡ଼: 75ତମ ସ୍ଵାଧୀନତା ଦିବସ ଉପଲକ୍ଷେ ପୁଣି ଭାଇରାଲ ନୟାଗଡ଼ର ଚର୍ଚ୍ଚିତ ସଙ୍ଗୀତ ଶିକ୍ଷକ କୁରେଶ ଚନ୍ଦ୍ର ସାହୁ ଏବଂ ତାଙ୍କ ଟିମ ଦ୍ୱାରା ପରିବେଷିତ ଦେଶାତ୍ମବୋଧକ ଗୀତ l ଏକ ନୂଆ ଶୈଳୀରେ ଦେଶପ୍ରେମ ଭରା ସଙ୍ଗୀତ ପରିବେଷଣ କରିଛନ୍ତି କୁରେଶଙ୍କ ଟିମ୍, ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି l
ଏଥିରେ କଣ୍ଠ ପ୍ରଦାନ କରିଛନ୍ତି ନୟାଗଡ଼ର ସଙ୍ଗୀତ ଶିକ୍ଷକ କୁରେଶ ଚନ୍ଦ୍ର ସାହୁଙ୍କ 2 ଝିଅ ତଥା କୁନି କଳାକାର ପ୍ରୀତି ସୁଲଗ୍ନା, ଶ୍ରୁତି ସୁଲଗ୍ନା, ତାଙ୍କ ପତ୍ନୀ ଶୁଭଶ୍ରୀ ସନମ୍ ଏବଂ ଏହାକୁ ଲେଖିଛନ୍ତି ବିଭୁପ୍ରସାଦ ସାହୁ l ଗତବର୍ଷ ଏହାର ସୁଟିଂ ହୋଇଥିଲେ ମଧ୍ୟ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଏହା ବେଶ୍ ଭାଇରାଲ ହେଉଛି l ଏହି ଟିମ ପୂର୍ବରୁ ଅନେକ ଭିଡ଼ିଓ କରି ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି l ଟ୍ରାଫିକ ଉପରେ ଏକ ସ୍ୱତନ୍ତ୍ର ସଚେତନ ଧର୍ମୀ ଭିଡ଼ିଓ କରି ରାଜ୍ୟ ସରକାରଙ୍କ ଠାରୁ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲେ l ବର୍ତ୍ତମାନ ସ୍ବାଧୀନତା ଦିବସ ଉପଲକ୍ଷେ ଗୀତ ଗାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ