ETV Bharat / state

କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟିନେଲେ ସୁନା ଟଙ୍କା - ଦଶପଲ୍ଲା ଶିମିଳି ସାହିରେ ଘରର ଗ୍ରୀଲ ଖୋଲି ଚୋରି

ଘରେ ପଶି ବୁଲାଇଲେ କଳାକନା । ଲୁଟିନେଲେ ଟଙ୍କା ସୁନା ଅଳଙ୍କାର । ଅଧିକ ପଢ଼ନ୍ତୁ

କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟିନେଲେ ସୁନା ଅଳଙ୍କାର

author img

By

Published : Aug 1, 2022, 3:46 PM IST

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଶିମିଳି ସାହିର ଜୈନିକ ବ୍ୟକ୍ତିଙ୍କ ଘରେ ଦୁର୍ବୃତ୍ତମାନେ ପଶି କଳାକନା ବୁଲାଇଛନ୍ତି । ଘରେ ଥିବା ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଖବରପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟିନେଲେ ସୁନା ଅଳଙ୍କାର

ସୂଚନା ଅନୁସାରେ, ଶିମିଳି ସାହିର ସଞ୍ଜୟ ପ୍ରଧାନ ଓ ତାଙ୍କ ପରିବାର ଲୋକେ ରାତିରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ । ଘରର ମୁଖ୍ୟ ଗ୍ରୀଲ ଖୋଲିବା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ସବୁଠାରୁ ବଡ କଥା ହେଉଛି ରାତିରେ ସମସ୍ତେ ଶୋଇଥିବା ଅବସ୍ଥାରେ ଘରର ଆଗପଟ ଗ୍ରୀଲ ଖୋଲି ଚୋରି କରିବା ସହିତ ଅନ୍ୟ ଏକ ବଖରାରେ ସମସ୍ତ ଜିନିଷ ଭାଗ ବାଣ୍ଟି ନେଇଯାଇଥିବା ଜଣାପଡିଛି l ଜିନିଷ ପତ୍ର ସବୁକୁ ଏଣେତେଣେ ପକାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତେବେ ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.