ETV Bharat / state

ଜିଓ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି 60 ହଜାର ଲୁଟିନେଲେ ଦୁର୍ବୃତ୍ତ

ଦୀର୍ଘ ଦିନପରେ ଗଣିଆ-କଣ୍ଟିଲୋ ରାସ୍ତାରେ ଡକାୟତି । ଜିଓ କର୍ମଚାରୀ ଜଣକ କଲେକ୍ସନ କରି ଫେରିବା ବେଳେ ଦୁବୃର୍ତ୍ତମାନେ ମାରଣାନ୍ତକ ଆକ୍ରମଣ କରି ଲୁଟିନେଲା 60 ହଜାର ଟଙ୍କା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଜିଓ କର୍ମଚାରୀଙ୍କୁ ମାରଣାନ୍ତକ ଆକ୍ରମଣ କରି 60 ହଜାର ଲୁଟିନେଲା ଦୁବୃର୍ତ୍ତ

author img

By

Published : Sep 29, 2020, 6:08 PM IST

ନୟାଗଡ଼: ଗଣିଆ-କଣ୍ଟିଲୋ ରାସ୍ତାରେ ଡକାୟତି, ଲୁଟିନେଲେ 60 ହଜାର । ନୟାଗଡ଼ ଜିଲ୍ଲା କଣ୍ଟିଲୋ ଫାଣ୍ଡି ଅଧୀନସ୍ଥ ଘାଣାସାଳିଆ ବାଙ୍କ ମୁଣ୍ଡିଆ ନିକଟରେ ଜିଓ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ କରି ଦୃବୃର୍ତ୍ତ ମାନେ ୬୦ ହଜାରରୁ ଅଧିକ ଟଙ୍କା ଲୁଟିନେଇଛନ୍ତି ।

ଜିଓ କର୍ମଚାରୀଙ୍କୁ ମାରଣାନ୍ତକ ଆକ୍ରମଣ କରି 60 ହଜାର ଲୁଟିନେଲା ଦୁବୃର୍ତ୍ତ

ସୂଚନାଅନୁଯାୟୀ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ବେଲପଡ଼ା ଗ୍ରାମପଞ୍ଚାୟତ ବିଜୟନଗର ଗ୍ରାମର କାମାକ୍ଷ ପ୍ରସାଦ ରାଉତ (୨୪) ସବୁଦିନ ଭଳି ଗଣିଆରୁ ବାହାରି ଜିଓ କମ୍ପାନୀ ତରଫରୁ କଲେକ୍ସନ କରିବା ପାଇଁ ଯାଇଥିଲେ l ଦିନ 11 ଟାରେ କଣ୍ଟିଲୋରୁ ଟଙ୍କା ଧରି ଆସୁଥିବାବେଳେ ବାଙ୍କମୁଣ୍ଡିଆ ନିକଟରେ କାମାକ୍ଷଙ୍କୁ ଅଟକାଇ ପାଖରେ ଥିବା ପାହାଡ଼ ପାଖକୁ ନେଇଯାଇଥିଲେ l ସେଠାରେ ତାଙ୍କମୁଣ୍ଡକୁ ଗଭୀର ଆଘାତ କରିବା ସହ ମାଡ଼ ମାରିଥିଲେ l ତାଙ୍କ ପାଖରେ ଥିବା ଟଙ୍କା ନେଇ ଦୁର୍ବୁତ୍ତମାନେ କାମାକ୍ଷଙ୍କୁ ମୁର୍ମୁଷୁ ଅବସ୍ଥାରେ ଫିଙ୍ଗିଦେଇ ଚାଲିଯାଇଥିଲେ l କାମାକ୍ଷଙ୍କର ହୋସ ଆସିଲା ପରେ ସେ ତାଙ୍କ ମାଲିକଙ୍କୁ ଫୋନ କରିଥିଲେ l ମାଲିକ ସେଠାରେ ପହଁଞ୍ଚି ମୁର୍ମୁଷୁ ଅବସ୍ଥାରେ ତାଙ୍କୁ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l

ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତୁରନ୍ତ ନୟାଗଡ଼ ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରିଥିଲେ l ଗଣିଆରେ ଆମ୍ବୁଲାନ୍ସ ନ ରହି ଆଡ଼କଟା ଠାରେ ରହୁଥିବାରୁ ଅମୁଲାନ୍ସ ଏକଘଣ୍ଟା ପର୍ଯ୍ୟନ୍ତ ଆସିନଥିବାରୁ ଲୋକଙ୍କ ଭିତରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.