ନୟାଗଡ: ପାଗଳ ପୁଅକୁ ହତ୍ୟା କଲା ମା । ପୁଅ ଦେଇ ଆସୁଥିଲା ମା'କୁ ନିର୍ଯାତନା । ଅତିଷ୍ଠ ହୋଇ ମା'ର ଚରମ ନିଷ୍ପତ୍ତି । ପାଗଳ ପୁଅକୁ ହତ୍ୟା କଲା ନିଜ ଜନ୍ମଦାତ୍ରୀ ମା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ନାହାକପଡା ଗାଁରୁ ଆସିଛି ଏଭଳି ଲୋମହର୍ଷଣକାରୀ ଦୃଶ୍ୟ ।
ଏହି ଗାଁର ମାନସିକ ବିକୃତ ବସନ୍ତ ବେହେରାଙ୍କୁ ତାଙ୍କର ମା ସର ବେହେରା କୌଣସି ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଜଣାପଡ଼ିଛି। ମାନସିକ ବିକୃତ ବସନ୍ତ ନିଜ ମାଙ୍କୁ ପ୍ରତିଦିନ ହଇରାଣ ହରକତ କରୁଥିଲେ । ତେବେ ଏଥିରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ତାଙ୍କର ମା ସର ବେହେରା ଗ୍ରହଣ କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଦଶପଲ୍ଲା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପିତା ମାତାଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ