ETV Bharat / state

କଙ୍ଗାରୁ କୋର୍ଟ ଦଣ୍ଡ ସହିନପାରି ଯୁବକଙ୍କ ଆତ୍ମହତ୍ୟା, ସପ୍ତାହେ ପରେ ବି ପୋଲିସ ହାତ ଖାଲି - କଙ୍ଗାରୁ କୋର୍ଟ ଦଣ୍ଡ

କଙ୍ଗାରୁ କୋର୍ଟର ଦଣ୍ଡ ସହିନପାରି ଯୁବକ ଆତ୍ମହତ୍ୟା ମାମଲାରେ ପୋଲିସ ହାତ ଖାଲି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୃତକଙ୍କ ପତ୍ନୀଙ୍କ ଦାବି । ଅଧିକ ପଢନ୍ତୁ...

କଙ୍ଗାରୁ କୋର୍ଟ ଦଣ୍ଡ ସହିନପାରି ଯୁବକଙ୍କ ଆତ୍ମହତ୍ୟା, ସପ୍ତାହେ ପରେ ବି ପୋଲିସ ହାତ ଖାଲି

author img

By

Published : Nov 13, 2021, 1:55 PM IST

ନୟାଗଡ: କଙ୍ଗାରୁ କୋର୍ଟର ଦଣ୍ଡ ସହିନପାରି ଯୁବକ ଆତ୍ମହତ୍ୟା ମାମଲାରେ ଫଳଶୂନ । ଘଟଣାକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି । ତଦନ୍ତ ଚାଲିଛି ତଥ୍ୟ ପ୍ରମାଣ ଯୋଗାଡ଼ କରାଯାଉଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୟାଗଡ ଏସପି ସିଦ୍ଧାର୍ଥ କଟାରିୟା କହିଛନ୍ତି ।

କଙ୍ଗାରୁ କୋର୍ଟ ଦଣ୍ଡ ସହିନପାରି ଯୁବକଙ୍କ ଆତ୍ମହତ୍ୟା, ସପ୍ତାହେ ପରେ ବି ପୋଲିସ ହାତ ଖାଲି

ଅଭିଯୋଗ ଅନୁସାରେ ଖତିଆ ଗ୍ରାମର ସୁନନ୍ଦ ବେହେରା ନାମକ ଜଣେ ଯୁବକ ଗାଁର ଜଣେ ରୋଗୀଙ୍କୁ ନେଇ ଦର୍ପନାରାୟଣପୁର ମେଡିକାଲକୁ ଯାଇଥିଲେ । ମାତ୍ର ସେଠାରେ ଡାକ୍ତର ନ ଥିବାରୁ ମେଡ଼ିକାଲରେ ପାଟିତୁଣ୍ଡ କରିବା ସହ ମେଡିକାଲର ଅବ୍ୟବସ୍ଥା ନେଇ ଡାକ୍ତରଙ୍କୁ ଫୋନ ଯୋଗେ ଗାଳିଗୁଲଜ କରିଥିଲେ । ଏନେଇ ସମ୍ପୃକ୍ତ ଡାକ୍ତର ଗାଁର କଙ୍ଗାରୁ କୋର୍ଟରେ ଅଭିଯୋଗ କରିବା ପରେ ସୁନନ୍ଦଙ୍କୁ 10 ହଜାର ଟଙ୍କା ଜୋରିମାନା ସାଙ୍ଗକୁ ସର୍ବସାଧାରଣରେ ଡାକ୍ତରଙ୍କ ଗୋଡ଼ ଧରି ଭୁଲ ମାଗିବାକୁ କୁହାଯାଇଥିଲା ।

ତେବେ ସୁନନ୍ଦ କଙ୍ଗାରୁ କୋର୍ଟରେ 8 ହଜାର 500 ଟଙ୍କା ଜୋରିମାନା ଦେବା ସହ ଡାକ୍ତରଙ୍କ ଗୋଡ ଧରି ଭୁଲ ମାଗିଥିଲେ । ମାତ୍ର ସର୍ବସମ୍ମୁଖରେ ଡାକ୍ତରଙ୍କ ପାଦ ଧରି ପୁଣିଥରେ ଭୁଲ ମାଗିବାକୁ କୁହାଯାଇଥିଲା । ଏହାକୁ ସହିନପାରି ସୁନନ୍ଦ ଗତ ରବିବାର ଆତ୍ମହତ୍ୟା କରିଥିଲେ । ଏନେ ସୁନନ୍ଦଙ୍କ ପତ୍ନୀ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ହାତ ଖାଲି । ବର୍ତ୍ତମାନ ସୁନନ୍ଦଙ୍କ ପତ୍ନୀ ତୁରନ୍ତ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.