ନୟାଗଡ଼: ପବିତ୍ର ମହାଶିବରାତ୍ରି ଓ ଜାଗର ଯାତ୍ରା ଅବସରରେ ଚଳଚଞ୍ଚଳ ହୋଇଉଠିଛି ନୟାଗଡ଼ ଜିଲ୍ଲା ଶରଣକୁଳର ବିଶ୍ବ ପ୍ରସିଦ୍ଧ ଲଡୁବାବାଙ୍କ ପୀଠ l କୋରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ କେବଳ ଧାଡ଼ି ଦର୍ଶନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି ।
ଚଳିତବର୍ଷ ମନ୍ଦିର ପରିସରରେ ଦୀପଦାନ ଓ ଭୋଗ ଲଗାଇବା ପାଇଁ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ତେବେ ପୂର୍ବ ବର୍ଷ ଗୁଡିକ ଭଳି ଚଳିତ ବର୍ଷ ମଧ୍ୟ ଲଡ଼ୁବାବାଙ୍କ ସମସ୍ଥ ନୀତିକାନ୍ତିକୁ ସ୍ବାଭାବିକ ଓ ଶୃଙ୍ଖଳିତ ଭାବେ ସମାପନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଯାହା ସୁଚାରୁରୁପେ ପ୍ରଭୁଙ୍କ ନୀତିକାନ୍ତି ଯଥାବିଧି ଚାଲିଥିବା ସୂଚନା ରହିଛି । ପୂର୍ବନିର୍ଦ୍ଧିତ ନୀତି ନିର୍ଘଣ୍ଟ ଅନୁସାରେ ରାତି 10 ଟା 30 ମିନିଟ ସମୟରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ