ETV Bharat / state

ନିୟମ ନମାନିଲେ ନୟାଗଡରେ ଲାଗୁ ହୋଇପାରେ ଲକଡାଉନ ! - ଲକଡାଉନ

ନୟାଗଡବାସୀ କୋଭିଡ ନିୟମକୁ ନ ମାନିଲେ ଜିଲ୍ଲାରେ ଲାଗୁ ହୋଇପାରେ ଲକଡାଉନ । ଅଧିକ ପଢନ୍ତୁ...

ନିୟମ ନମାନିଲେ ନୟାଗଡରେ ଲାଗୁ ହୋଇପାରେ ଲକଡାଉନ !

author img

By

Published : Mar 23, 2021, 8:34 AM IST

ନୟାଗଡ଼: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି । ତେବେ ଜିଲ୍ଲାରେ କୋରୋନା ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଟାଉନ ଥାନା ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଛି । କୋଭିଡ ନିୟମ ନ ମାନିଲେ ଜିଲ୍ଲାରେ ଲକଡାଉନ ଲାଗୁ ହୋଇପାରେ ବୋଲି କୁହାଯାଇଛି ।

ନିୟମ ନମାନିଲେ ନୟାଗଡରେ ଲାଗୁ ହୋଇପାରେ ଲକଡାଉନ !

ମାସ୍କ ଏବଂ ସାମାଜିକ ଦୂରତା ରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଲୋକମାନଙ୍କୁ ସଚେତନ କରାଉଛନ୍ତି । ରାଜ୍ୟ ସମେତ ଜିଲ୍ଲାରେ କୋରୋନା ସ୍ଥିତିରେ ସୁଧାର ଆସିବା ପରେ ଲୋକମାନେ କୋଭିଡ ନିୟମକୁ ମାନୁ ନଥିବା ଦେଖିବାକୁ ମିଳୁଛି । ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଲୋକମାନେ ମାସ୍କ ନ ପିନ୍ଧିବା ସହିତ ସାମାଜିକ ଦୂରତା ମଧ୍ୟ ବଜାୟ ରଖୁନଥିବା ଦେଖିବାକୁ ମିଳୁଛି । ଲୋକମାନେ ଏଭଳି ନିୟମକୁ ଉଲ୍ଲଘଂନ କଲେ ଜିଲ୍ଲାରେ କୋରୋନା ସ୍ଥିତି ବିଗିଡିପାରେ । ଏଥିଲାଗି ଟାଉନ ଥାନା ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି ।

ଡାକବାଜି ଯନ୍ତ୍ରରେ ଲୋକମାନଙ୍କୁ ନିୟମ ମାନିବାକୁ କୁହାଯାଇଛି । ଯେଉଁ ବ୍ୟକ୍ତି ନିୟମ ନ ମାନିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲୋକମାନଙ୍କୁ ଚେତାବନୀ ଦିଆଯାଇଛି । ଗତ ସୋମବାରଠାରୁ ଜିଲ୍ଲାରେ ଥିବା ଦୋକାନଗୁଡିକରେ କଡାକଡି ସାମାଜିକ ଦୂରତା ନିୟମ ଲାଗୁ କରିବାକୁ କୁହାଯାଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.