ETV Bharat / state

ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ବିରୋଧ, ଭିଟାମାଟି ନ ଛାଡିବା ପାଇଁ ସ୍ଥାନୀୟ ଲୋକଙ୍କ ମେଳି

ଦୀର୍ଘ ଦିନର ନିରବତା ପରେ ଏବେ ବୃତ୍ତଙ୍ଗ ନଦୀବନ୍ଧ ଯୋଜନାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପ୍ରକଳ୍ପ ଦାବିରେ ପଦଯାତ୍ରା ପୁଣି ବିରୋଧ ପାଇଁ ମେଳି । ଅଧିକ ପଢନ୍ତୁ...

author img

By

Published : Mar 18, 2021, 10:49 PM IST

ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପକୁ ବିରୋଧ , ଭିଟାମାଟି ନଛାଡିବା ପାଇଁ ସ୍ଥାନୀୟ ଲୋକଙ୍କ ମେଳିବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପକୁ ବିରୋଧ , ଭିଟାମାଟି ନଛାଡିବା ପାଇଁ ସ୍ଥାନୀୟ ଲୋକଙ୍କ ମେଳି
ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପକୁ ବିରୋଧ , ଭିଟାମାଟି ନଛାଡିବା ପାଇଁ ସ୍ଥାନୀୟ ଲୋକଙ୍କ ମେଳି

ନୟାଗଡ଼: ଦୀର୍ଘ ଦିନର ନିରବତା ପରେ ଏବେ ବୃତଙ୍ଗ ନଦୀବନ୍ଧ ଯୋଜନାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କିଛିଦିନ ତଳେ ବୃତଙ୍ଗ କ୍ରିୟାନୁଷ୍ଠାନ କମିଟି ପ୍ରକଳ୍ପ କାର୍ଯ୍ୟକାରୀ ଦାବିରେ ପଦଯାତ୍ରା କରିଥିବା ବେଳେ ଏବେ ଏହାକୁ ବିରୋଧ କରି ମେଳି କରିଛି ପ୍ରକଳ୍ପ ବିରୋଧି ସଂଗ୍ରାମ ସମିତି ।

ତେବେ କୌଣସି ସମ୍ଭାବନା ନ ଥାଇ ହଠାତ କ୍ରିୟାନୁଷ୍ଠାନ କମିଟି ପ୍ରକଳ୍ପ ଦାବି କରି ପଦଯାତ୍ରା କରିବା ଓ ବିସ୍ଥାପନ ବିରୋଧି ସମିତି ମେଳି ବାନ୍ଧିବା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୟାଗଡ ଜିଲ୍ଲା କୁଲୁରୁକୁମ୍ପା ,ବାଣିଗୋଛା ଓ ତୁମାଣ୍ଡି ଆଦି ୩ ଟି ପଞ୍ଚାୟତର ୨୨ ଖଣ୍ଡ ଗାଁ ଲୋକଙ୍କ ମନରେ ଏବେ ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ପ୍ରକଳ୍ପ ହେଲେ ୨୨ ଖଣ୍ଡ ଗାଁ ଜଳମଗ୍ନ ହେବା ସହ ସେମାନଙ୍କୁ ନିଜ ଭିଟାମାଟି ହରାଇବେ । ଏହାର ପ୍ରତିବାଦରେ ଏକାଠି ହୋଇଛନ୍ତି ୩ ଟି ପଞ୍ଚାୟତର ଶହ ଶହ ଲୋକେ । ମରିବୁ ପଛେ ନିଜ ଭିଟାମାଟି ଛାଡି କୁଆଡେ ଯିବୁ ନାହିଁ ବୋଲି କହିବା ସହ ପ୍ରସ୍ତାବିତ ସ୍ଥାନରେ ପ୍ରକଳ୍ପ କରାଇ ନ ଦେବାକୁ ରଣନୀତି କରୁଛନ୍ତି । ସ୍ଥାନୀୟ ବିଜେଡି ନେତା ତଥା ଦଶପଲ୍ଲା ବ୍ଳକର ଉପାଧ୍ୟକ୍ଷ ବସନ୍ତ ସାହୁ ଏହାର ନେତୃତ୍ବ ନେଉଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.