ETV Bharat / state

ନୟାଗଡ଼ରେ ଭୁତ ଖାଉଛନ୍ତି ଚାଉଳ ଓ ଗହମ

author img

By

Published : Aug 6, 2022, 5:39 PM IST

Updated : Aug 7, 2022, 5:38 PM IST

ନୟାଗଡ଼ରେ ସାମନାକୁ ଆସିଲା ବଡ଼ ଦୁର୍ନୀତି । ୩୦୮୬ ଭୂତ ରାସନ କାର୍ଡ ନାଁରେ କୋଟି କୋଟି ଟଙ୍କାର ଚାଉଳ ଗହମ ଲୁଟୁଥିବା ଅଭିଯୋଗ । ଅଧିକ ପଢନ୍ତୁ

ନୟାଗଡ଼ରେ ୩୦୮୬ ଭୂତ ରାସନ କାର୍ଡ ଠାବ, ଲୁଟୁଛନ୍ତି ୫କୋଟି ମୂଲ୍ୟର ଚାଉଳ ଗହମ

ନୟାଗଡ଼: ଜିଲ୍ଲାରେ ଭୂତ ଖାଉଛନ୍ତି ଚାଉଳ ଓ ଗହମ । ରାସନକାର୍ଡ ଚାଉଳ ଓ ଗହମ ବଣ୍ଟନରେ ବଡ଼ ଦୁର୍ନୀତି ସାମନାକୁ ଆସିଛି । ୩୦୮୬ଟି ରାସନ କାର୍ଡରେ କୋଟିକୋଟି ଟଙ୍କାର ଚାଉଳ ଗହମ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ଆଇନଜୀବୀ ରଣଜିତ ଦାଶ । ଏହି ଘଟଣାର ତଦନ୍ତ ଦାବି କରି ସେ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଛନ୍ତି । ରାଜ୍ୟ ଯୋଗାଣ ମନ୍ତ୍ରୀ, ଯୋଗାଣ ସଚିବ, ନୟାଗଡ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ NACର ମାର୍କେଟିଂ ଇନ୍ସପେକ୍ଟରଙ୍କୁ ପକ୍ଷଭୁକ୍ତ କରି ମାମଲା ଦାଖଲ କରିଛନ୍ତି ନୟାଗଡ଼ର ବରିଷ୍ଠ ଆଇନଜୀବୀ ରଣଜିତ ।

ନୟାଗଡ଼ରେ ଭୁତ ଖାଉଛନ୍ତି ଚାଉଳ ଓ ଗହମ

ରାଜ୍ୟ ସରକାର ପ୍ରତ୍ୟେକ ରାସନ କାର୍ଡଧାରୀଙ୍କୁ ହଜାରେ ଟଙ୍କା ଲେଖାଏଁ କୋଭିଡ ସହାୟତା ଅର୍ଥରାଶି ପ୍ରଦାନ କରିଥିଲେ । ଜିଲ୍ଲାର ସମସ୍ତ ରାସନକାର୍ଡ ହିତାଧିକାରୀ ସେମାନଙ୍କର ପ୍ରାପ୍ୟ ନେଇଯିବା ପରେ ୩୦୮୬ ହିତାଧିକାରୀ ଏବଂ ରଣପୁର ବ୍ଲକ ଏନଏସିକୁ ମିଶାଇଲେ ଏହି ସଂଖ୍ୟା ୫ ହଜାରକୁ ଟପିଯାଇଛି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ୨୦୧୩ ପରଠାରୁ ପ୍ରତ୍ୟେକ ଗରିବ ପରିବାର ସଭ୍ୟମାନଙ୍କ ପ୍ରତି ମାସିକ ୫କିଲୋ ଚାଉଳ ଗହମ କିଲୋ ପିଛା ୧ ଟଙ୍କାରେ ଯୋଗାଇ ଦିଆଯାଉଛି ।

ଆଇନଜୀବୀ ରଣଜିତ ଦାଶଙ୍କ ଅଭିଯୋଗ ପତ୍ର
ଆଇନଜୀବୀ ରଣଜିତ ଦାଶଙ୍କ ଅଭିଯୋଗ ପତ୍ର

ଯଦି ଜିଲ୍ଲାରେ ୫ ହଜାର ଭୂତ ରାସନ କାର୍ଡ ହିତାଧିକାରୀଙ୍କ ନାଁରେ ଚାଉଳ ଗହମ ପ୍ରତି କାର୍ଡ ପିଛା ଅନ୍ୟୁନ ୨୦/୨୫ କେଜି ହଡପ ହେଉଥାଏ, ତେବେ କାର୍ଡପିଛା ମାସିକ ୭୫୦ ଟଙ୍କା ଓ ୫୦୦୦ କାର୍ଡରେ ମାସକୁ ୩୭,୫୦,୦୦୦ ଟଙ୍କା ହେଉଛି । ବର୍ଷକୁ ହିସାବ କଲେ ୪ କୋଟି ୫୦ ଲକ୍ଷ ହଡପ ହେଉଛି । କେତେବର୍ଷ ହେଲା ଏମିତି ଭୂତ କାର୍ଡରେ ଚାଉଳ ଗହମ ହଡପ ହେଉଛି ତାହା ତଦନ୍ତ ହେଲେ ଜଣାପଡ଼ିବ । ସେଥିପାଇଁ ଆଇନଜୀବୀ ରଣଜିତ ଦାଶ ଲୋକଯୁକ୍ତଙ୍କ ଦ୍ବାରସ୍ଥ ହୋଇ ଏ ନେଇ ତଦନ୍ତ ଦାବି କରିଛନ୍ତି ।

ଆଇନଜୀବୀ ରଣଜିତ ଦାଶଙ୍କ ଅଭିଯୋଗ ପତ୍ର
ଆଇନଜୀବୀ ରଣଜିତ ଦାଶଙ୍କ ଅଭିଯୋଗ ପତ୍ର

ଇଟିଭି ଭାରତ, ନୟାଗଡ଼

Last Updated : Aug 7, 2022, 5:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.