ETV Bharat / state

ପର କଲେ ସମ୍ପର୍କୀୟ, ଦମ୍ପତିଙ୍କ ଅନ୍ତିମ ସଂସ୍କାର କଲେ ଜ୍ବାଇଁ

ଗୋଟିଏ ପରିବାରର ବାପା ମା’ ଏବଂ ପୁଅ କୋରୋନା ପଜିଟିଭ ଆସିବା ପରେ ମାନସିକ ବିଷାଦରେ ଦମ୍ପତ୍ତି ଆତ୍ମହତ୍ୟା କରିଥିଲେ । ପରେ ଅନ୍ତିମ ସଂସ୍କାର କଲେ ଜ୍ବାଇଁ । ଅଧିକ ପଢନ୍ତୁ...

author img

By

Published : Apr 30, 2021, 11:06 PM IST

କରୋନାରେ ଆକ୍ରାନ୍ତ ହେବାରୁ ଦମ୍ପତିଙ୍କ ଆତ୍ମହତ୍ୟା

ନୟାଗଡ଼: ଜିଲ୍ଲା ରଣପୁର ଥାନା ଅଧିନ ଦର୍ପନାରାୟଣପୁର ଫାଣ୍ଡି ଗୋଡ଼ିମଡ଼ା ଗାଁରୁ ଆସିଥିବା ଅଭାବନୀୟ ଚିତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଗାଁର ଗଗନ ପାତ୍ର ଏବଂ ତାଙ୍କ ପତ୍ନୀ ଜ୍ୟୋସ୍ନା ପାତ୍ର 4 ଦିନ ତଳେ କରୋନାରେ ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲେ । ଉଭୟ ଗୃହ ସଂଗରୋଧରେ ଥିଲେ । ନିଜ ପୁଅ ଡମ୍ବରୁ ପାତ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ପୁରୀରେ ଚିକିତ୍ସାଧୀନ ଅଛନ୍ତି । ସମସ୍ତେ କରୋନାରେ ଆକ୍ରାନ୍ତ ହେବାରୁ ମାନସିକ ଚିନ୍ତାରେ ଆତ୍ମହତ୍ୟା କରିଥିଲେ ଦମ୍ପତି । ସନ୍ଧ୍ୟାରେ ଅନ୍ତିମ ସଂସ୍କାର କରାଯାଇଛି ।

ପରିବାର କିମ୍ବା ଗାଁ ଲୋକେ ଏଥିରେ କେହି ସହଯୋଗ ନକରିବାରୁ ବାଧ୍ୟ ହୋଇ ନିଜ ଜ୍ୱାଇଁ ସଞ୍ଜୟ ସେନାପତି ଶେଷରେ ସବୁ କାର୍ଯ୍ୟ କରିଛନ୍ତି l ସ୍ୱାମୀ-ସ୍ତ୍ରୀଙ୍କ ମୃତ ଦେହ ପୋଲିସ ଉପସ୍ଥିତିରେ 2 ଜଣ ସ୍ୱାସ୍ଥ୍ୟକର୍ମୀ ପିପିଇ କିଟ ପିନ୍ଧି ଉଦ୍ଧାର କରିଥିଲେ । 2 ଜଣ ସ୍ୱାସ୍ଥ୍ୟ କର୍ମୀ 2 ମୃତ ଦେହକୁ ଉଦ୍ଧାର କରିବାରେ ଅସୁବିଧା ହେବାରୁ ଅନ୍ୟ ମାନଙ୍କ ସହାୟତା ଲୋଡିଥିଲେ । ହେଲେ କେହି ସହାୟତାର ହାତ ବଢ଼ାଇନଥିଲେ । ଶେଷରେ ନିଜ ଜ୍ୱାଇଁ ସଂଜୟ ଜୀବନକୁ ବାଜି ଲଗାଇ ପିପିଇ କିଟ ପିନ୍ଧି ମୃତଦେହକୁ ଉଦ୍ଧାର କରିଥିଲେ । ପରେ ପୋଷ୍ଟ ମର୍ଟମ ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରୁ ମୃତ ଦେହ ନିଆଯାଇ ନୟାଗଡ଼ରେ ଦାହ କରାଯାଇଥିଲେ । ଏହି ସମୟରେ କେବଳ ଜ୍ୱାଇଁ ଉପସ୍ଥିତ ଥିବା ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.