ETV Bharat / state

ସଚେତନତାର ଅଭାବ; କ୍ଷେତରେ ପାଳ, ନଡ଼ା ଜାଳିଦେଉଛନ୍ତି ଚାଷୀ - ପରିବେଶ ପ୍ରଦୂଷଣ

ନୟାଗଡ଼ ଜିଲ୍ଲାର ଚାଷୀମାନେ ସଚେତନ ଅଭାବରୁ ବିଲରେ ଥିବା ପାଳ ଗଦାରେ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳିଛି l ଯାହା ଫଳରେ ପରିବେଶ ପ୍ରଦୂଷଣ ବୃଦ୍ଧି ହେଉଛି l ତେବେ ଏନେଇ ଚାଷୀମାନଙ୍କୁ ସଚେତନତା କରାଯିବା ସହ ଏଥି ପାଇଁ ପ୍ରୋତ୍ସାହନ ଦିଆଗଲେ ଭବିଷ୍ୟତର ଏକ ଭୟଙ୍କର ବିପଦକୁ ରୋକାଯାଇପାରନ୍ତା । ଅଧିକ ପଢନ୍ତୁ...

ସଚେତନତାର ଅଭାବ; କ୍ଷେତରେ ପାଳ, ନଡ଼ା ଜାଳିଦେଉଛନ୍ତି ଚାଷୀ

author img

By

Published : Mar 15, 2021, 2:17 PM IST

ନୟାଗଡ଼: ପରିବେଶ ପ୍ରଦୂଷଣକୁ ନେଇ ଚିନ୍ତାରେ ସାରାବିଶ୍ବ l ବିଶ୍ବତାପାୟନର ଅନେକ କାରଣ ମଧ୍ୟରୁ ଜଙ୍ଗଲରେ ନିଆଁ ଲାଗିବା ଏବଂ କ୍ଷେତରେ ଥିବା ପାଳ ଗଦାରେ ନିଆଁ ଲଗାଇବା ଅନ୍ୟତମ l ତେବେ ନୟାଗଡ଼ ଜିଲ୍ଲାର ଚାଷୀମାନେ ସଚେତନ ଅଭାବରୁ ବିଲରେ ଥିବା ପାଳ ଗଦାରେ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳିଛି l ଯାହା ଫଳରେ ପରିବେଶ ପ୍ରଦୂଷଣ ବୃଦ୍ଧି ହେଉଛି l କ୍ଷେତରୁ ଧାନ ଫସଲ ଅମଳ କରିସାରିବା ପରେ ପାଳକୁ ଚାଷୀ ଘରକୁ ଆଣିବା ପରିବର୍ତ୍ତେ ପରିବହନ ଖର୍ଚ୍ଚକୁ କମାଇବା ପାଇଁ ବିଲରେ ପୋଡ଼ି ଦେଉଛନ୍ତି l

ସଚେତନତାର ଅଭାବ; କ୍ଷେତରେ ପାଳ, ନଡ଼ା ଜାଳିଦେଉଛନ୍ତି ଚାଷୀ

କ୍ଷେତରେ ନିଆଁ ଲଗାଇବା ଦ୍ବାରା ଜମିର ଉର୍ବରତା ହ୍ରାସ କରିବା ସହ ପରିବେଶକୁ ମଧ୍ୟ ବହୁ ମାତ୍ରାରେ ପ୍ରଦୂଷିତ କରୁଛି l ତେବେ ମୂର୍ତ୍ତିକା ଓ ପରିବେଶ ପ୍ରଦୂଷଣ ଦିଗରେ ଚାଷୀମାନଙ୍କୁ ଏଥିପ୍ରତି ଅଧିକ ସଚେତନ ରହିବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ କହିଛନ୍ତି l ନଚେତ ଦିଲ୍ଲୀ ସହର ଭଳି ଗାଁ ଗହଳିରେ ମଧ୍ୟ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବ l

ଅମଳ ପରେ ଜମିରେ ପାଳ ନ ପୋଡ଼ିବା ପାଇଁ ଜନସଚେତନତା କରାଯିବା ସହ ଏଥି ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଗଲେ ଭବିଷ୍ୟତର ଏକ ଭୟଙ୍କର ବିପଦକୁ ରୋକାଯାଇପାରନ୍ତା ବୋଲି କୁହାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.