ETV Bharat / state

Smart School ରୂପାନ୍ତରଣକୁ ସମାଲୋଚନା, ଦିଅଁ ନଥାଇ ମନ୍ଦିର ପ୍ରତିଷ୍ଠା କହିଲା କଂଗ୍ରେସ - kural smart school

ନୟାଗଡ ଜିଲ୍ଲା ଓଡଗାଁ ବ୍ଳକ ରୂପାନ୍ତରିତ ହୋଇଥିବା କୁରାଳ ସ୍ମାର୍ଟ ସ୍କୁଲକୁ ସମାଲୋଚନା କରିଛି ଜିଲ୍ଲା କଂଗ୍ରେସ । ଗତ ୧୬ ତାରିଖରେ ଏହି ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

କୁରାଳ ସ୍ମାର୍ଟ ସ୍କୁଲକୁ ରୂପାନ୍ତରଣକୁ ସମାଲୋଚନା

author img

By

Published : Nov 18, 2021, 5:18 PM IST

ନୟାଗଡ: ରାଜ୍ୟରେ ଅନେକ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରହିଛି । ନୟାଗଡ ଜିଲ୍ଲା ଓଡଗାଁ ବ୍ଳକରେ ରୂପାନ୍ତରିତ ହୋଇଥିବା କୁରାଳ ସ୍ମାର୍ଟ ସ୍କୁଲକୁ ସମାଲୋଚନା କରିଛି ଜିଲ୍ଲା କଂଗ୍ରେସ । ଗତ ୧୬ ତାରିଖରେ ଏହି ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଟାର୍ଗେଟ କରି ଦିଅଁ ନଥାଇ ମନ୍ଦିର ସ୍ଥାପନ ହେଉଥିବା କହିଛି କଂଗ୍ରେସ ।

କୁରାଳ ସ୍ମାର୍ଟ ସ୍କୁଲକୁ ରୂପାନ୍ତରଣକୁ ସମାଲୋଚନା

ସ୍କୁଲରେ ଶିକ୍ଷକ ନଥାଇ କିପରି ସ୍ମାର୍ଟ ସ୍କୁଲ କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି l ସ୍କଲରେ ଶିକ୍ଷକ ଅଭାବ ଥିବା ଅଭିଯୋଗ ହୋଇଛି l 5 T ରୂପାନ୍ତରିକରଣ ମାଧ୍ୟମରେ ସରକାରୀ ବିଦ୍ୟାଳୟଗୁଡିକ ଚକାଚକ କରୁଛନ୍ତି l ଏଥିପାଇଁ ପ୍ରାୟ ଦେଢ଼କୋଟି ଟଙ୍କା ବ୍ୟୟରେ କୁରାଳ ହାଇସ୍କୁଲ ନବକଳେବର ହୋଇଛି l ଦିଅଁ ନଥାଇ ମନ୍ଦିରର କି ମୂଲ୍ୟ ବୋଲି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଶ୍ନ କରିଛି ଜିଲ୍ଲା କଂଗ୍ରେସ ।

କୁରାଳ ସ୍ମାର୍ଟ ହାଇସ୍କୁଲରେ ଦୀର୍ଘବର୍ଷ ଧରି ସ୍ଥାୟୀ ପ୍ରଧାନଶିକ୍ଷକ ନାହାଁନ୍ତି । ଗଣିତ, ଇଂରାଜୀ, ବିଜ୍ଞାନ, ଖେଳ ଶିକ୍ଷକ ପଦବୀ ଖାଲି ପଡିଛି । ଆବଶ୍ୟକୀୟ କିରାଣୀ, ସୁଇପର ବି ନାହାଁନ୍ତି । ଉପର ଚିକ୍କଣ ଭିତର ଫମ୍ପା ହୋଇଛି । ଶିକ୍ଷକ ଅଭାବ ଯୋଗୁଁ ଗୁଣାତ୍ମକ ଶିକ୍ଷା ବ୍ୟାହତ ହେବାସହ ପ୍ରମୁଖ ବିଷୟରେ ଶିକ୍ଷକ ପଦବୀ ଖାଲି ପଡି ଥିବାରୁ ଉପଯୁକ୍ତ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅଭାବ ଥିବା ବେଳେ ଲୋକ ଦେଖାଣିଆ ସ୍ମାର୍ଟସ୍କୁଲକୁ ଲୋକାର୍ପଣ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଏ ସମସ୍ୟାର ସମାଧାନ ଖୁବଶୀଘ୍ର କରାଯାଉ ବୋଲି ଦାବି କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.