ନୟାଗଡ଼: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସରକାରଙ୍କ କାୟାକଳ୍ପ ଟିମ l ଡାକ୍ତରଖାନାର ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତାର ସ୍ଥିତି ପରଖିଛି କାୟାକଳ୍ପର 3 ଜଣିଆ ଟିମ l ଏହି ଟିମ୍ ଜିଲ୍ଲାର ଅନ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ମଧ୍ୟ ଯିବ ବୋଲି ଜଣାପଡିଛି ।
ସୂଚନ ଅନୁଯାୟୀ ରାଜ୍ୟ ସରକାରଙ୍କ କାୟାକଳ୍ପର 3 ଜଣିଆ ଟିମ୍ ନୟାଗଡ ଗସ୍ତରେ ଆସିଛନ୍ତି । ଏହି ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବ । ଡାକ୍ତରଖାନାର ପରିଚାଳନା, ପରିସ୍କାର ପରଚ୍ଛନ୍ନତା, ସଂକ୍ରମଣ ପ୍ରତିରୋଧକ, ବର୍ଜ୍ୟବସ୍ତୁ ପରିଚାଳନା, ସହାୟକ ସେବା ଏବଂ ହାଇଜେନିକ୍ ପ୍ରମୋସ, ପାର୍କିଂ ଆଦି ବ୍ୟବସ୍ଥା ଉପରେ ନଜର ରଖିବ ଏହି ଟିମ୍ l ତେବେ ସରକାରଙ୍କ ଏହି ତଦନ୍ତକାରୀ ସଂସ୍ଥା ନୟାଗଡ଼ରେ 3 ଦିନ ରହିବ l ଜିଲ୍ଲାର ଅନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ପରିଦର୍ଶନ କରିବ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ