ETV Bharat / state

କଙ୍ଗାରୁ କୋର୍ଟ ! ଗୋଟିଏ ପରିବାରକୁ ନିଆଁ ପାଣି ବାସନ୍ଦ

author img

By

Published : May 2, 2021, 11:01 PM IST

ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଶାଳଝରିଆ ପଞ୍ଚାୟତର କଇଁଥପଲ୍ଳୀ ଗ୍ରାମରୁ ଆସିଛି କଙ୍ଗାରୁ କୋର୍ଟ ଅଭିଯୋଗ । ଅଧିକ ପଢନ୍ତୁ...

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ ! ଗୋଟିଏ ପରିବାରକୁ ନିଆଁ ପାଣି ବାସନ୍ଦ ଅଭିଯୋଗ

ନୟାଗଡ଼: ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଶାଳଝରିଆ ପଞ୍ଚାୟତର କଇଁଥପଲ୍ଳୀ ଗ୍ରାମରୁ ଆସିଛି କଙ୍ଗାରୁ କୋର୍ଟ ଅଭିଯୋଗ l ପୁଣି ଗୋଟିଏ ପରିବାରକୁ କଙ୍ଗାରୁ କୋର୍ଟ କରି ନିଆଁ ପାଣି ବାସନ୍ଦ କଲେ ଗ୍ରାମବାସୀ l ଜମିଜମା ବିବାଦକୁ ନେଇ କଙ୍ଗାରୁ କୋର୍ଟ ହୋଇଥିବା ଅଭିଯୋଗ ହୋଇଛି ।

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ ! ଗୋଟିଏ ପରିବାରକୁ ନିଆଁ ପାଣି ବାସନ୍ଦ ଅଭିଯୋଗନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ ! ଗୋଟିଏ ପରିବାରକୁ ନିଆଁ ପାଣି ବାସନ୍ଦ ଅଭିଯୋଗ

ଏହି ଗ୍ରାମର ନିରଞ୍ଜନ ସ୍ବାଇଁ (୬୫)ଙ୍କ ମାଲିକାନାରେ ଥିବା ଖାତା ନଂ 347 ଏବଂ ପ୍ଳଟ ନଂ-146 ର ଏକର 25 ଡ଼ିସିମିଲ ଜାଗାକୁ ନେଇ ବିବାଦ ଦେଖାଦେଇଛି l ନିରଞ୍ଜନଙ୍କ ମାଲିକାନାରେ ଥିବା ଏହି ଜାଗାକୁ ଗ୍ରାମବାସୀ ନିଜର ବୋଲି ଦାବି କରିଛନ୍ତି l କିନ୍ତୁ ନିରଞ୍ଜନ ସମ୍ପୃକ୍ତ ଜମିର ମାଲିକ ବୋଲି ଦାବି କରିଛନ୍ତି । ଏହି ପରିବାର ଦୀର୍ଘ ୨୫ ବର୍ଷ ହେବ ଦଖଲରେ ଥିବାବେଳେ ଦଖଲମୁକ୍ତ କରିବାକୁ ଗ୍ରାମବାସୀ କହିଥିଲେ l

ମାତ୍ର ନିରଞ୍ଜନ ଦଖଲ ମୁକ୍ତ ନହେବାରେ ତାଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରାଯିବା ସହ ଉକ୍ତ ପରିବାର ଲୋକଙ୍କ ସହ କୌଣସି ସମ୍ପର୍କ ରଖିଲେ ତାକୁ ମଧ୍ୟ ଜୋରିମାନା ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ଖଣ୍ଡପଡ଼ା ଥାନାରେ ଅଭିଯୋଗ ହୋଇଛି l ବିବାଦୀୟ ଜାଗାରେ ଏକ ଆମ୍ବ ତୋଟା ରହିଛି l ଏଠାରୁ ନିରଞ୍ଜନଙ୍କ ପରିବାର ଲୋକେ ଆମ୍ବ ତୋଳିବା ସମୟରେ ଗ୍ରାମର କିଛି ଲୋକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆପୋଷ ବୁଝାମଣା ମାଧ୍ୟମରେ କିଭଳି ଘଟଣାର ସମାଧାନ କରାଯାଇ ପାରିବ ସେ ନେଇ ମଧ୍ୟ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି l

ନୟାଗଡରୁ ଜୟେନ୍ଦ୍ର ବେହାରା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.