ETV Bharat / state

ପରୀକୁ ତୁରନ୍ତ ନ୍ୟାୟ ଦିଆଯାଉ ନଚେତ ରାଜ୍ୟସ୍ତରରେ ଆନ୍ଦୋଳନ କରାଯିବ

author img

By

Published : Nov 5, 2020, 3:31 AM IST

ନୟାଗଡ ଜିଲ୍ଲାର ପରୀ ହତ୍ୟାକାଣ୍ଡ ଘଟଣାରେ ଦୁଇ ସାମାଜିକ କର୍ମୀଙ୍କ ଦ୍ବାରା ସାମ୍ବାଦିକ ସମ୍ମିଳନୀ । ପରୀକୁ ତୁରନ୍ତ ନ୍ୟାୟ ଦିଆଯାଉ ନଚେତ ରାଜ୍ୟସ୍ତରରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ପରୀକୁ ତୁରନ୍ତ ନ୍ୟାୟ ଦିଆଯାଉ ନଚେତ ରାଜ୍ୟସ୍ତରରେ ଆନ୍ଦୋଳନ କରାଯିବ
ପରୀକୁ ତୁରନ୍ତ ନ୍ୟାୟ ଦିଆଯାଉ ନଚେତ ରାଜ୍ୟସ୍ତରରେ ଆନ୍ଦୋଳନ କରାଯିବ

ନୟାଗଡ଼: ଜିଲ୍ଲାର ପରୀ ହତ୍ୟାକାଣ୍ଡ ଘଟଣାରେ ତ୍ବରିତ ନ୍ୟାୟ ଦାବୀରେ ପରିବାର ଓ ଦୁଇ ଅନଶନକାରୀଙ୍କ ପକ୍ଷରୁ ସାମ୍ବାଦିକ ସମ୍ମୀଳନୀ ଅନୁଷ୍ଠିତ ହୋଇଛି l ପ୍ରଶାସନ ନିଜର ପ୍ରତିଶୃତି ରକ୍ଷା ନକରି ଟାଳଟୁଳ ନୀତି ଅବଲମ୍ବନ କଲେ ଆଗାମୀ ଦିନରେ ଏହାକୁ ନେଇ ରାଜ୍ୟସ୍ତରରେ ପ୍ରତିବାଦ କରାଯିବ l ତେଣୁ ପ୍ରଶାସନ ତୁରନ୍ତ ପରୀର ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଦାବୀ କରାଯାଇଛି ।

ସୂଚନାଯୋଗ୍ୟ ନୟାଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମରେ ଜୁଲାଇ 14ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ପାଞ୍ଚ ବର୍ଷର ଝିଅ ଅମ୍ରିତା ସାହୁ (ପରୀ )ଙ୍କର ଅପହରଣ ଏବଂ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଓ ଏହାର ନିରପେକ୍ଷ ତଦନ୍ତ ଓ ପରୀର ପରିବାରକୁ ସାମାଜିକ ସୁରକ୍ଷା ଦାବିରେ ଗତ 28.10.2020ରିଖ ଠାରୁ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦୁଇ ସାମାଜିକ କର୍ମୀ ସାନ୍ତନୁ ବିଶୋଇ, ଓ ଭୁବନ ଚାନ୍ଦ ହାତୀ ଆମରଣ ଅନଶନ କରିଥିଲେ l ଅନଶନରେ ବସିବା ପରେ ପ୍ରଶାସନ ଓ ପୋଲିସ ମିଳିତ ଭାବେ ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇ ଅନଶନ ସ୍ଥଳରୁ ଦୁଇ ସାମାଜିକ କର୍ମୀଙ୍କୁ ମେଡିକାଲ ନେଇଯାଇଥିଲେ l ସେଠାରେ ଦୁଇ ଅନଶନକାରୀ ମଧ୍ୟ ଅନଶନ ଜାରୀ ରଖି ଥିଲେ l ଦୁଇ ସାମାଜିକ କର୍ମୀ ଗାନ୍ଧୀଜିଙ୍କ ନୀତି ଅନୁସରଣ କରି ପରୀ ପାଇଁ ଦୀପ ଟିଏ ଜାଳିବା ପାଇଁ କହିଥିଲେ l ଏହାକୁ ସାରା ନୟାଗଡ ଜିଲ୍ଲାରେ ପରୀକୁ ଉପଯୁକ୍ତ ନ୍ୟାୟ ପାଇଁ ଜନସାଧାରଣ ବହୁଳ ଜନ ସମଥର୍ନ ମିଳିଥିଲା l

ସେପଟେ ଅନଶନର ପ୍ରଭାବ ଦେଖି ଜିଲ୍ଲାପ୍ରଶାସନ ଓ ପୋଲିସ ପକ୍ଷରୁ ଅନଶନର 6ଷ୍ଟ ତମ ଦିନ ସନ୍ଧ୍ୟାରେ ଉପଜିଲ୍ଲାପାଳ, ଏବଂ ଉପ ଆରକ୍ଷୀ ଅଧୀକ୍ଷକ ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଦୁଇ ଅନଶନ କାରୀଙ୍କୁ ବୁଝାସୁଝା କରିଥିଲେ । ଏହି ହତ୍ୟାକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରତିଶୃତି ଦେଇଥିଲେ l ପ୍ରଶାସନ ତରଫରୁ ତଦନ୍ତ ବିଷୟରେ ଯଥା ଶୀଘ୍ର ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି କୁହାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.