ETV Bharat / state

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ନ୍ୟାୟ ପାଇଁ ଧାରଣାରେ ସାମ୍ବାଦିକ - ସାମ୍ବାଦିକଙ୍କ ଧାରଣା

ନୟାଗଡରେ ଦୁଇଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣକୁ ବିରୋଧ କରି ସାମ୍ବାଦିଙ୍କ ଅନଶନ । ଅଧିକ ପଢନ୍ତୁ...

ନୟାଗଡ଼ରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ନ୍ୟାୟ ପାଇଁ ଧାରଣାରେ ସାମ୍ବାଦିକ

author img

By

Published : Jun 26, 2021, 9:26 AM IST

Updated : Jun 26, 2021, 9:35 AM IST

ନୟାଗଡ଼:ଜିଲ୍ଲାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସ୍ଥାଣୁ ପାଲଟିଛି ପୋଲିସ ପ୍ରଶାସନ l ଖବର ସଂଗ୍ରହ ସମୟରେ 2 ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ଅବକାରୀ ବିଭାଗର ଏସଆଇ ଧନଞ୍ଜୟ ପାତ୍ର l ଏହାର ପ୍ରତିବାଦରେ ଅବକାରୀ ସ୍କ୍ବାର୍ଡଙ୍କ କାର୍ଯ୍ୟାଳୟ ଆଗରେ ଗତକାଲି(ଶୁକ୍ରବାର) ଅପରାହ୍ନରେ ଅନଶନ କରିଥିଲେ ସାମ୍ବାଦିକମାନେ l

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ନ୍ୟାୟ ପାଇଁ ଧାରଣାରେ ସାମ୍ବାଦିକ

ପରେ ଆକ୍ରମଣକାରୀ ଏସଆଇଙ୍କୁ ତୁରନ୍ତ ଗିରଫ ଦାବି କରି ଆହୋରାତ୍ର ଟାଉନ୍ ଥାନା ଆଗରେ ମଧ୍ୟ ଅନଶନ କରିଥିଲେ l ଆଜି(ଶନିବାର) ଏନେଇ ଜିଲ୍ଲାର ସମସ୍ତ ସାମ୍ବାଦିକ ପ୍ରତିବାଦ କରିବେ l କିନ୍ତୁ ସମ୍ପୃକ୍ତ ଏସଆଇକୁ ଏଯାବତ ଗିରଫ କରାଯାଇ ନାହିଁ l ଗିରଫ କରିବା ପର୍ଯ୍ୟନ୍ତ ନୟାଗଡ଼ ସାମ୍ବାଦିକ ସଙ୍ଘ ଆନ୍ଦୋଳନ କରିବ ବୋଲି ସୂଚନା ମିଳିଛି l

ସୂଚନା ଅନୁଯାୟୀ ଗତକାଲି ନୟାଗଡ଼ ଆଡ଼କଟାରୁ ନକଲି ମଦ ଜବତ କରିଥିଲା ନୟାଗଡ଼ ଅବାକାରୀ ସ୍କ୍ବାର୍ଡ l ଏହି ଖବର ସଂଗ୍ରହ କରିବାକୁ 2 ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ର ଯାଇଥିଲେ l 2 ସାମ୍ବାଦିକ ଫଟୋ ଉତ୍ତୋଳନ କରୁଥିବା ସମୟରେ ସମ୍ପୃକ୍ତ ଏସଆଇ ସାମ୍ବାଦିକ ଦ୍ବୟଙ୍କୁ ଆକ୍ରମଣ କରିଥିଲେ l ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି l ସମ୍ପୃକ୍ତ ଏସଆଇଙ୍କୁ ଅଟକ ରଖି ପରେ ପୋଲିସ ଛାଡ଼ିଦେଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jun 26, 2021, 9:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.