ETV Bharat / state

Jawad Effect: ପାଣିରେ ପଡିଛି ଅମଳ ଧାନ, ଚିନ୍ତାରେ ଚାଷୀ doc

author img

By

Published : Dec 5, 2021, 11:11 AM IST

ଲଘୁଚାପ ପରେ ବାତ୍ୟା ଜୱାଦ(Cyclone Jawad) ଉଜାଡିଛି ଚାଷୀଙ୍କ ବର୍ଷକ ଉପାର୍ଜିତ ଅମଳ । ପାଣିରେ ପଡିଛି ହେକ୍ଟର ହେକ୍ଟର ଜମିର ଧାନ ଫସଲ । ଅଧିକ ପଢନ୍ତୁ

Jawad Effect: ପାଣିରେ ପଡିଛି ଅମଳ ଧାନ, ଚିନ୍ତାରେ ଚାଷୀ

ନୟାଗଡ଼: ବାତ୍ୟା ଜୱାଦ(Cyclone Jawad) ପ୍ରଭାବରେ ନୟାଗଡ଼ ଜିଲ୍ଲାରେ ବର୍ଷା ଲାଗି ରହିଛି । ପାଗ କୋହଲା ରହିବା ସହ ତୁହାକୁ ତୁହା ବର୍ଷା ମଧ୍ୟ ହେଉଛି । ଫଳରେ ଧାନ କ୍ଷେତରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଫଳରେ ଚିନ୍ତାରେ ପଡିଯାଇଛି ଚାଷୀ ।

ତେବେ ଧାନ ଅମଳ ସମୟରେ କ୍ଷେତରେ ଏପରି ବର୍ଷା ଜଳ ଜମିରହିବା ଦେଖିଲେ ଲାଗୁଛି ପାଚିଲା ଧାନ ଗଜା ହେବା ନିଶ୍ଚିତ । ହେକ୍ଟର ହେକ୍ଟର ଚାଷ ଜମିର ଅବସ୍ଥା ଏପରି । ଜିଲ୍ଲା ପ୍ରଶାସନ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀଙ୍କୁ ସୂଚନା ଦେଇଛି । କଟା ଯାଇଥିବା ଧାନକୁ ତୁରନ୍ତ ଖଳାକୁ ଆଣିବାକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା । ଖୁବ କମ ସମୟ ମଧ୍ୟରେ ଖଳାକୁ ଆଣିବା ସମ୍ଭବ ହୋଇପାରିନାହିଁ । ସେଥିପାଇଁ ଚାଷୀ ତରବରିଆ ଭାବେ କଟା ଯାଇଥିବା ଧାନ ସାଇତି ରଖିବାକୁ ପ୍ରାଣପଣେ ଉଦ୍ୟମ କରି ବିଫଳ ହୋଇଛି ।

କିଛି ଦିନ ପୂର୍ବେ ଲଘୁଚାପ ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଥିଲା । ଧାନ ଗଜା ମଧ୍ୟ ହୋଇଥିଲା । ଏବେ ପୁଣି ବାତ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ତେଣୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.