ETV Bharat / state

ଅତ୍ୟାଧୁନିକ ସାଇକେଲ ତିଆରି କରି ଚର୍ଚ୍ଚାରେ ନୟାଗଡର ଆଇଟିଆଇ ଛାତ୍ର

author img

By

Published : Nov 11, 2020, 3:49 PM IST

ଚର୍ଚ୍ଚାରେ ନୟାଗଡର ବ୍ୟାଟେରୀ ସାଇକେଲ । ଘଣ୍ଟାଏ ଚାର୍ଜ କଲେ ଗଡୁଛି 6 କିଲୋମିଟର । ଲକଡାଉନ ସମୟରେ ଅଯଥା ସମୟ ଖର୍ଚ୍ଚ ନ କରି ଦେଖାଇଲେ ନିଜ ଜ୍ଞାନ କୌଶଳ । ଅଧିକ ପଢନ୍ତୁ...

ଅତ୍ୟାଧୁନିକ ସାଇକେଲ ତିଆରି ଚର୍ଚ୍ଚାରେ ନୟାଗଡର ଆଇଟିଆଇ ଛାତ୍ର

ନୟାଗଡ: ଲକଡାଉନରେ କମାଲ କଲେ ନୟାଗଡର ଆଇଟିଆଇ ଛାତ୍ର । ଅଯଥା ସମୟ ଖର୍ଚ୍ଚ ନ କରି ଦେଖାଇଲେ ନିଜ ଜ୍ଞାନ କୌଶଳ । ପିଲା ରୁଚିକୁ ଦେଇଛନ୍ତି ଉଦ୍ଭାବନର ନାଁ । ସ୍ବଳ୍ପ ଟଙ୍କା ବ୍ୟୟ କରି ତିଆରି କରିଛନ୍ତି ଅତ୍ୟାଧୁନିକ ସାଇକେଲ । ଯାହା ସମ୍ପୂର୍ଣ୍ଣ ବ୍ୟାଟେରୀ ଚାଳିତ ।

ନୟାଗଡ ମହୀତମା ଗାଁର ଆଇଟିଆଇ ଛାତ୍ର ପ୍ରୀତମ କୁମାର ପାତ୍ର । ଲକଡାଉନ ସମୟରେ ଘରେ ରହି ଏକ ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରିଛନ୍ତି । ଯାହାକୁ ଘଣ୍ଟାଏ ଚାର୍ଜ କଲେ 6 କିଲୋମିଟର ଯାଏ ଗଡୁଛି । ଏଥିପାଇଁ ମାରିବାକୁ ପଡୁନି ପ୍ୟାଡେଲ । ନା ପେଟ୍ରୋଲ ପାଇଁ ହେବାକୁ ପଡୁଛି ଖର୍ଚ୍ଚାନ୍ତ । ସ୍ବଳ୍ପ ଖର୍ଚ୍ଚରେ ତିଆରି ସାଇକେଲରେ ଖଞ୍ଜା ହୋଇଛି ଅନେକ ଫିଚର । ଚାରି ଚକିଆ ଗାଡି ପରି ରହିଛି ଚାର୍ଜିଂ ସୁବିଧା । ବ୍ଲୁଟୁଥ ପଏଣ୍ଟ ସାଙ୍ଗକୁ ଗୀତ ଶୁଣିବାକୁ ରହିଛି ମ୍ୟୁଜିକ ସିଷ୍ଟମ । ଲାଇଟ ଓ ହର୍ନ, ସ୍ପିଡ ମିଟର ସହ ଏହା ଅତ୍ୟାଧୁନିକ ସାଇକେଲ ହୋଇପାରିଛି ।

ଇଲେକ୍ଟ୍ରିକ ସରଞ୍ଜାମ ଓ ଖେଳନା ପ୍ରତି ପ୍ରୀତମଙ୍କ ପିଲାଟି ବେଳୁ ରୁଚି ରହିଆସିଛି । ଲକଡାଉନ ବେଳେ ଅଯଥା ସମୟ ଖର୍ଚ୍ଚ ନ କରି ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ । ନିଜସ୍ବ ଜ୍ଞାନ କୌଶଳରେ ମାତ୍ର 8 ହଜାର ଟଙ୍କାରେ ସେ ଏହି ସାଇକେଲ ତିଆରି କରିଛନ୍ତି । ଏଥିପାଇଁ ତାଙ୍କୁ 6 ମାସର ସମୟ ଲାଗି ଥିଲା । ପ୍ରୀତମଙ୍କ ଏହି ଉଦ୍ଭାବନକୁ ନେଇ ବାପାମା ବେଶ ଗର୍ବ ଅନୁଭବ କରୁଛନ୍ତି । ସରକାରୀ କିମ୍ବା ବେସରକାରୀ ସ୍ତରରେ କିଛି ସୁଯୋଗ ମିଳିଲେ ସେ ଆହୁରି ନୂଆ ଜିନିଷ ଉଦ୍ଭାବନ କରିପାରିବେ ବୋଲି କହିଛନ୍ତି ପ୍ରୀତମଙ୍କ ମାଆ ।

ପ୍ରୀତମ ଆଇଟିଆଇ ପାଠପଢା ସାରିଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ମିଳିପାରିନାହିଁ । ସେପଟେ ତାଙ୍କର ଏହି ଉଦ୍ଭାବନ ଦୈନନ୍ଦିନ ସହଜ ଓ ସୁବିଧା ହୋଇପାରିବ ।

ନୟାଗଡରୁ ଜୟେନ୍ଦ୍ର ବେହେରା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.