ETV Bharat / state

'କୃଷି ବିଲ ୨୦୨୦'କୁ ନୟାଗଡ଼ରେ ଜୋରଦାର କଂଗ୍ରେସର ବିରୋଧ

'କୃଷି ବିଲ ୨୦୨୦'କୁ ଜୋରଦାର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ l ଦଳ ପକ୍ଷରୁ କୃଷି ବିଲ 2020କୁ ରଦ୍ଧ ସମ୍ପର୍କିତ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ପ୍ରଦାନ କରାଯାଇଥିଲା l

ନୟାଗଡ଼ରେ 'କୃଷି ବିଲ ୨୦୨୦"କୁ ଜୋରଦାର ବିରୋଧ କଲା କଂଗ୍ରେସ

author img

By

Published : Oct 3, 2020, 9:19 AM IST

ନୟାଗଡ଼: 'କୃଷି ବିଲ ୨୦୨୦'କୁ ଜୋରଦାର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ l ନୟାଗଡ଼ ତ୍ରିନାଥ ଛକ ଠାରୁ ବାହାରି, କଂଗ୍ରେସ କର୍ମୀମାନେ ପଦଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଜିଲ୍ଲା ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ପ୍ରାକ୍ତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ହୁସେନ ଖାଁ, ମନୋଜ ସାହୁ, ନାରାୟଣ ଜେନା ପ୍ରମୁଖ ଉଦବୋଧନ ଦେଇଥିଲେ l

ଦଳ ପକ୍ଷରୁ କୃଷି ବିଲ 2020କୁ ରଦ୍ଧ ସମ୍ପର୍କିତ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ପ୍ରଦାନ କରାଯାଇଥିଲା l ଅନ୍ୟମାନଙ୍କ ମଧରେ ଫକୀର ମଲ୍ଲ, ଉମାରାଣୀ ପାଣି ପ୍ରମୁଖ ଯୋଗଦେଇଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.