ETV Bharat / state

ଚକ୍ରବ୍ୟୁହରେ ଫସିଲେ ସୌମ୍ୟ: ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ନାମରେ ଅନାସ୍ଥା ପ୍ରସ୍ତାବ । ଅନାସ୍ଥା ପ୍ରସ୍ତାବ ଆଗତ ନେଇ ନୟାଗଡ଼ ଉପ ଜିଲ୍ଲାପାଳ ସୌମ୍ୟଙ୍କୁ ଦେଇଛନ୍ତି ନୋଟିସ। ଅଧିକ ପଢନ୍ତୁ...

author img

By

Published : Apr 1, 2021, 3:07 PM IST

ଚକ୍ରବ୍ୟୁହରେ ଫସିଲେ ସୌମ୍ୟ: ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଚକ୍ରବ୍ୟୁହରେ ଫସିଲେ ସୌମ୍ୟ: ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୟାଗଡ଼: ଜିଲ୍ଲା ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ନାମରେ ଅନାସ୍ଥା ପ୍ରସ୍ତାବ । ଅନାସ୍ଥା ପ୍ରସ୍ତାବ ଆଗତ ନେଇ ନୟାଗଡ଼ ଉପ ଜିଲ୍ଲାପାଳ ସୌମ୍ୟଙ୍କୁ ଦେଇଛନ୍ତି ନୋଟିସ। ଜିଲ୍ଲା କାର୍ଯ୍ୟାଳୟ ପତ୍ର ସଂଖ୍ୟା 275 ରେ ସୌମ୍ୟଙ୍କୁ ହୋଇଛି ନୋଟିସ।

ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ ସଭ୍ୟଙ୍କ ଦସ୍ତଖତ ରହିଛି । ସୌମ୍ୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ଉଲ୍ଲେଖ ରହିଛି ନୋଟିସରେ । ତେବେ ଆସନ୍ତା ଏପ୍ରିଲ 20 ତାରିଖରେ ଏନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ସମ୍ପର୍କରେ ମତଦାନ ହେବ ବୋଲି ସୂଚନା ମିଳିଛି । ତେବେ ଯଦୁପୁରର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ସୌମ୍ୟ ଅଙ୍ଗ ତସ୍କରି ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଚାଞ୍ଚଲ୍ୟକର ତଥ୍ୟ ରଖିଥିଲେ ।

ତେଣୁ ଗତ ସପ୍ତାହରେ ନୟାଗଡ଼ ବିଡ଼ିଓ ସୌମ୍ୟଙ୍କ ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଇ ଦେଉ ନ ଥିବା ଅଭିଯୋଗ କରିଥିଲେ ସୌମ୍ୟ । ମନ୍ତ୍ରୀଙ୍କ ପ୍ରଭାବରେ ସୌମ୍ୟଙ୍କୁ ଗାଦିଚ୍ୟୁତ କରିବାକୁ ପ୍ରୟାସ ହୋଇଥିବା ଅଭିଯୋଗ କରିଛନ୍ତି ସୌମ୍ୟ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.