ETV Bharat / state

ଖଣିମାଫିଆଙ୍କ କବ୍ଜାରେ ଗ୍ରାମ୍ୟ ଜଙ୍ଗଲ, ଲୁଟ ହେଉଛି ଲଘୁ ଖଣିଜ - ନୟାଗଡରୁ ଲୁଟ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଲଘୁ ଖଣିଜ

ମାତିଛନ୍ତି ଖଣି ମାଫିଆ । ଖଣି ମାଫିଆଙ୍କ କବ୍ଜାରେ ନୟାଗଡ ଜ଼ିଲ୍ଲା ରଣପୁର ତହସିଲ ଅନ୍ତର୍ଗତ ମୟୁରଝାଲିଆ ଗ୍ରାମ୍ୟ ଜଙ୍ଗଲ । ଜଙ୍ଗଲ ଜମି ନଷ୍ଟ ନେଇ ଏନଜିଟିରେ ପିଟିସନ ଦାଖଲ । ଅଧିକ ପଢନ୍ତୁ

ଖଣିମାଫିଆଙ୍କ କବ୍ଜାରେ ଗ୍ରାମ୍ୟ ଜଙ୍ଗଲ
ଖଣିମାଫିଆଙ୍କ କବ୍ଜାରେ ଗ୍ରାମ୍ୟ ଜଙ୍ଗଲ
author img

By

Published : Aug 1, 2022, 4:40 PM IST

ନୟାଗଡ: ଜିଲ୍ଲାରେ ମାତିଛନ୍ତି ଖଣି ମାଫିଆ । ବେଆଇନ ଖଣି ଖନନ କରି ଲୁଟ ହେଉଛି କୋଟି କୋଟି ଟଙ୍କାର ଲଘୁ ଖଣିଜ । ନୟାଗଡ ଜିଲ୍ଲା ରଣପୁର ତହସିଲ ଅନ୍ତର୍ଗତ ମୟୁରଝାଲିଆ ଗ୍ରାମ୍ୟ ଜଙ୍ଗଲ ଏବେ ଖଣି ମାଫିଆଙ୍କ କବ୍ଜାରେ । ଏହି ସ୍ଥାନରେ କାଜୁ ଜଙ୍ଗଲକୁ ନଷ୍ଟ କରି ବେଆଇନ ଭାବେ ଖଣି ଖନନ କରି ଲକ୍ଷ ଲକ୍ଷ ଟଙ୍କାର ମୁନାଫା କମାଉଥିବା ଅଭିଯୋଗ ହୋଇଛି ।

ଖଣିମାଫିଆଙ୍କ କବ୍ଜାରେ ଗ୍ରାମ୍ୟ ଜଙ୍ଗଲ

ସରକାରୀ ରେକର୍ଡ ଅନୁସାରେ, ମୟୂରଝାଲିଆ ମୌଜାର 144 ଏକର ଜାଗା ଗ୍ରାମ୍ୟ ଜଙ୍ଗଲ ପାଇଁ ସଂରକ୍ଷିତ ରହିଛି । କିନ୍ତୁ ଏଠାରେ ଗଛ ନଥିବା ଦର୍ଶାଇ ତହସିଲ ପ୍ରଶାସନ 5ବର୍ଷ ପାଇଁ 4ଏକର ଜମିକୁ ମାଙ୍କଡା ପଥର ଖନନ ପାଇଁ ନିଲାମ ଦିଆଯାଇଛି । ନିଲାମ ଧାରୀମାନେ 4ଏକର ଜାଗାରେ ଖଣି ଖନନ କରିବା ପରିବର୍ତ୍ତେ ସମ୍ପୂର୍ଣ 144 ଏକର ଜାଗାରେ ଥିବା କାଜୁ ଜଙ୍ଗଲକୁ ନଷ୍ଟ କରି ବେଆଇନ ଭାବେ ଖଣି ଖନନ କରି ଲକ୍ଷ ଲକ୍ଷ ଟଙ୍କାର ମୁନାଫା କମାଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ।

ଜଙ୍ଗଲ ଜମି ନଷ୍ଟ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି କିଛି ସ୍ଥାନୀୟ ବାସିନ୍ଦା ଏବଂ ଆଇନଜୀବି NGT(National Green Tribunal)ର ଦ୍ଵାରସ୍ଥ ହୋଇଥିଲେ । NGT ଏହି ପିଟିସନର ଶୁଣାଣି କରି 4ସପ୍ତାହ ଭିତରେ ରିପୋର୍ଟ ପ୍ରଦାନ କରିବାପାଇଁ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ତେଣୁ ଏହି ଖଣି ଖନନକୁ ବନ୍ଦ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.