ETV Bharat / state

ବେଆଇନ କ୍ରସରକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ - ନୟାଗଡ଼ରେ ବେଆଇନ କ୍ରସର କାର୍ଯ୍ୟ

ନୟାଗଡ଼ ଜିଲ୍ଲାର ପାଣିପୋଇଲା ନିକଟ ଜଙ୍ଗଲେ ଚାଲିଥିବା ବେଆଇନ କ୍ରସରକୁ ଜିଲ୍ଲା ପ୍ରଶାସନ ବନ୍ଦ କରିଛି । ଅଧିକ ପଢନ୍ତୁ...

ବେଆଇନ କ୍ରସରକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ
ବେଆଇନ କ୍ରସରକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ
author img

By

Published : Feb 23, 2021, 10:18 AM IST

Updated : Feb 23, 2021, 10:23 AM IST

ନୟାଗଡ଼: ଜିଲ୍ଲାର ସଦର ଥାନା ପାଣିପୋଇଲା ନିକଟ ଜଙ୍ଗଲେ ଚଲିଥିବା ବେଆଇନ କ୍ରସରକୁ ଜବତ କରି ମାଟିରେ ମିଶାଇଛି ନୟାଗଡ଼ ଜିଲ୍ଲା ପ୍ରଶାସନ । ବହୁ ଦିନ ଧରି ସେଠାରେ ବେଆଇନ କ୍ରସର ଚାଲୁ କରାଯାଉଥିଲା ବୋଲି ଅଭିଯୋଗ ହେଉଥିଲା ।

ବେଆଇନ କ୍ରସରକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଜିଲ୍ଲା ପ୍ରଶାସନ ବାରମ୍ବାର କ୍ରସର ମାଲିକଙ୍କୁ ତାଗିଦ କରିଲେ ମଧ୍ୟ କ୍ରସର ମାଲିକ ଶୁଣୁନଥିଲେ । ତେବେ ଏନେଇ ନୟାଗଡ଼ ବନଖଣ୍ଡ ଅଧିକାରୀ ଜାଣିବା ପରେ ଚଢାଉ କରି କ୍ରସରକୁ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି । ଚଢାଉ ବେଳେ କ୍ରସର ମାଲିକ ସନୋସ ମୁଦୁଲି ଓ ତାଙ୍କ ଭାଇ ରମେଶ ଏହାକୁ ବିରୋଧ କରିବା ସହ ଆକ୍ରମଣ କରିବାକୁ ଚେତାବନୀ ଦେଇଥିଲେ ।

ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଟାଉନ ଥାନା ପୋଲିସ ପହଞ୍ଚି ଉଭୟଙ୍କୁ ଉଠାଇ ନେଇଥିଲା । ଏ ଚଢାଉରେ ନୟାଗଡ଼ ଡ଼ିଏଫଓଙ୍କ ସହ ଉପ ଜିଲ୍ଲାପାଳ, ନୟାଗଡ଼ ତହସିଲଦାର, ନୂଆଗାଁ ତହସିଲଦାର ପ୍ରମୁଖ ସାମିଲ ହୋଇଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Feb 23, 2021, 10:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.