ETV Bharat / state

ପରୀ ପାଇଁ ନ୍ୟାୟ ଦାବିରେ ଡାକ୍ତରଖାନାରେ ଚାଲିଛି ଅନଶନ

ପରୀ ନ୍ୟାୟ ଦାବି ନୟାଗଡରେ ଜାରି ରହିଛି ଅମରଣ ଅନଶନ । ଧାରଣାରେ ବସିଥିବା 2 ସାମାଜିକ କର୍ମୀଙ୍କୁ ପୋଲିସ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ଉଠାଇଛି । ଡାକ୍ତରଖାନା ରହି ଅମରଣ ଅନଶନ କରୁଛନ୍ତି ଏହି ଦୁଇ କର୍ମୀ । ଅଧିକ ପଢନ୍ତୁ...

ପରୀ ପାଇଁ ନ୍ୟାୟ ଦାବିରେ ଡାକ୍ତରଖାନାରେ ଚାଲିଛି ଅନଶନ
ପରୀ ପାଇଁ ନ୍ୟାୟ ଦାବିରେ ଡାକ୍ତରଖାନାରେ ଚାଲିଛି ଅନଶନ
author img

By

Published : Oct 30, 2020, 8:48 AM IST

ନୟାଗଡ: ପରୀ ନ୍ୟାୟ ଦାବିରେ ଆମରଣ ଅନଶନ 2ୟ ଦିନରେ ପହଞ୍ଚିଛି । ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡକୁ 3 ମାସ ରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ ଏଯାଏଁ ପୋଲିସକୁ ହତ୍ୟାକାରୀର ଟେର ମିଳିପାରୁନାହିଁ । ଫଳରେ ପରୀର ପରିବାର ନ୍ୟାୟ ଦେବା ଦାବିରେ ଧାରଣା ଦିଆଯାଇଛି । ଡାକ୍ତରଖାନାରେ ମଧ୍ୟ ଅନଶନ ଜାରି ରହିଛି ।

ପରୀ ପାଇଁ ନ୍ୟାୟ ଦାବିରେ ଡାକ୍ତରଖାନାରେ ଚାଲିଛି ଅନଶନ

ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା 2 ସାମାଜିକ କର୍ମୀ ଭୁବନ ଚାନ୍ଦ ହାତୀ ଏବଂ ଶାନ୍ତନୁ ବିଶୋଇଙ୍କୁ ନୟାଗଡ ପୋଲିସ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଉଠାଇ ନେଇଛି । ଏହା ସହ ପ୍ରଶାସନ ତରଫରୁ ଅନଶନ ସ୍ଥଳରେ ଲାଗିଥିବା ବ୍ୟାନରକୁ ମଧ୍ୟ କାଢି ଦେଇଛନ୍ତି । ଏହା ପରେ ମଧ୍ୟ ଦୁଇ ସାମାଜିକ କର୍ମୀ ହାର ମାନିନାହାଁନ୍ତି । ଚିକିତ୍ସାଳୟ ଭିତରେ ମଧ୍ୟ ଜାରି ରଖିଛନ୍ତି ଅନଶନ l ଗାନ୍ଧୀଙ୍କ ଫଟୋ ରଖି ଅନଶନ କରିଛନ୍ତି 2 ସାମାଜିକ କର୍ମୀ l ସେମାନଙ୍କୁ ମେଡିକାଲ ଆଣିବା ପରେ ସ୍ବାସ୍ଥ୍ୟ ସମ୍ପର୍କୀୟ ବିଭିନ୍ନ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ବେହେରା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.