ETV Bharat / state

ପୁଣି କଳାକନା ବୁଲେଇଲେ ଦୁର୍ବୁତ୍ତ, ଲୁଟିନେଲେ 6 ଲକ୍ଷ ଟଙ୍କାର ସୁନା ଅଳଙ୍କାର - ଶୋଇଥିବା ବେଳେ ଲୁଟିନେଲେ ଦୁର୍ବୃତ୍ତ

ପୁଣି କଳାକନା ବୁଲେଇଲେ ଦୁର୍ବୁତ୍ତ । ଫତେଗଡ଼ ଥାନା ବାଇଗୁଣିଆ ଗାଁର ଗଣେଶ୍ବର ଦଳେଇଙ୍କ ଘରୁ ଲୁଟିନେଲେ 6 ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଅଧିକ ପଢନ୍ତୁ

ପୁଣି କଳାକନା ବୁଲେଇଲେ ଦୁର୍ବୁତ୍ତ
ପୁଣି କଳାକନା ବୁଲେଇଲେ ଦୁର୍ବୁତ୍ତ
author img

By

Published : Nov 1, 2022, 9:53 AM IST

ନୟାଗଡ: ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଚୋରି ଘଟଣା । ଗତ କିଛିଦିନ ହେଲା ଜିଲ୍ଲାରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ନୟାଗଡର ଜଣଙ୍କ ଘରୁ ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସୁନା ଅଳଙ୍କାର ଲଟିନେଲେ ଦୁର୍ବୃତ୍ତ । ନୟାଗଡ଼ ପୋଲିସକୁ ପୁଣି ଚ୍ୟାଲେଞ୍ଜ । 6 ଲକ୍ଷ ଟଙ୍କାର ଅଳଙ୍କାର ଲୁଟ । ଏଭଳି ଦେଖିବାକୁ ମିଳିଛି ଫତେଗଡ଼ ଥାନା ବାଇଗୁଣିଆ ଗାଁର ଗଣେଶ୍ବର ଦଳେଇଙ୍କ ଘରେ । ଗତ ରାତିରେ ବଡ଼ ଧରଣର ଲୁଟ କରିଛନ୍ତି ଦୁର୍ବୁତ୍ତ ।

ପୁଣି କଳାକନା ବୁଲେଇଲେ ଦୁର୍ବୁତ୍ତ

ପରିବାରଲୋକେ ଶୋଇଥିବାବେଳେ ଦୁର୍ବୁତ୍ତମାନେ ବାଡିପଟ ଲୁହା ଝରକା ତାଡି ଭିତରେ ପଶି ଘରେ ଥିବା ଚୋରି କରିଥିଲେ । ଆଲମାରି ଭାଙ୍ଗୀ ସେଥିରେ ଥିବା 150 ଗ୍ରାମର ବିଭିନ୍ନ ସୁନା ଅଳଙ୍କାର ଓ 320 ଗ୍ରାମର ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଯାହାର ଆନୁମାନିକ ମୂଲ୍ୟ 6 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି l

ଏହା ମଧ୍ୟ ପଢନ୍ତୁ: Stomach Cancer Awareness Month: ଲକ୍ଷଣକୁ ଧ୍ଯାନରେ ରଖନ୍ତୁ, ରୋଗମୁକ୍ତ ରୁହନ୍ତୁ

ସକାଳୁ ପରିବାର ଲୋକ ଉଠିବା ପରେ ଲୁଟ ସମ୍ପର୍କରେ ଜାଣିଥିଲେ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଫତେଗଡ଼ ପେଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି l ପୋଲିସ କିଛି ଦିନ ତଳେ ଏକ ବଡ଼ ଅଲଙ୍କାର ଲୁଟେରା ଗ୍ୟାଙ୍ଗକୁ ଥରିଥିବାବେଳେ ପୁଣି ମାତ୍ର ଦିନ କେଇଟା ପରେ ଲୁଟ ହେବା ଘଟଣା ଏବେ ପୋଲିସ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ: ନୟାଗଡ଼ ପୋଲିସକୁ ବଡ ସଫଳତା, ଅଳଙ୍କାର ଲୁଟେରା ଗ୍ୟାଙ୍ଗର ୮ ସଦସ୍ୟ ଗିରଫ

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ ନୟାଗଡ଼ରୁ ଗହଣା ଲୁଟେରା ଗ୍ୟାଙ୍ଗର ୮ଜଣ ଡକାୟତ ଗିରଫ କରାଯାଇଥିଲା । ଲୁଟେରାଙ୍କୁ ଗିରଫ କରିଥିଲା ନୟାଗଡ଼ ପୋଲିସ । ଏହାସହ ଲୁଟେରାଙ୍କ ଠାରୁ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର ଜବତ କରାଯାଇଥିଲା । ଏହି ଘଟଣାରେ ଗହଣା ଲୁଟେରା ଗ୍ୟାଙ୍ଗର ୮ଜଣ ସଦସ୍ୟଙ୍କୁ ବାନ୍ଧିଥିଲା ନୟାଗଡ଼ ପୋଲିସ(Robbery gang arrested) । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପାହି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.