ନୟାଗଡ଼: ନୟାଗଡ଼ରେ କୁଆ ପଥର ସହ ପ୍ରବଳ ବର୍ଷା ଓ ପବନ ହୋଇଛି । ଦିନ ସାରା ପ୍ରଚଣ୍ଡ ଖରା ହୋଇଥିବା ବେଳେ, ହଠାତ ଅପରାହ୍ନ ସମୟରେ ମେଘ ସହ ଘଡଘଡି ହୋଇଥିଲା ।
ଏହି ସମୟରେ ପ୍ରବଳ ବେଗରେ ପବନ ମଧ୍ୟ ହୋଇଥିଲା । ପ୍ରାୟ ଦେଢ଼ ଘଣ୍ଟା ଧରି ମେଘପବନ ହୋଇଥିଲା । ଅଧିକ ମାତ୍ରାରେ ପବନ ବହିବା ଯୋଗୁ ଜିଲ୍ଲାରେ ବିଦ୍ୟୁତ ସେବା ସମ୍ପୂର୍ଣ ବନ୍ଦ ରହିଛି । ଗଛ ପତ୍ର ଭାଙ୍ଗିଥିବା ବେଳେ, ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଗୋଟେପଟେ ଲକ ଡାଉନ ଯୋଗୁଁ ପରିବା ବେପାରରେ ପ୍ରବଳ କ୍ଷତି ହୋଇଥିବା ବେଳେ, ଅଦିନିଆ ବର୍ଷାରେ ଚାଷୀ ସମ୍ପୂର୍ଣ ବେସାହରା ହୋଇଯାଇଛି ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ