ETV Bharat / state

ନୟାଗଡ଼ରେ ପ୍ରାକ୍‌ ମୌସୁମୀରେ ପ୍ରବଳ ବର୍ଷା, ଜୀବନଯାତ୍ରା ପ୍ରଭାବିତ

author img

By

Published : Jun 15, 2022, 10:36 PM IST

Updated : Jun 15, 2022, 10:51 PM IST

ରଜ ପର୍ବ ଚାଲିଥିବାବେଳେ ନୟାଗଡ଼ ଜିଲ୍ଲାରେ ପ୍ରାକ୍‌ ମୌସୁମୀଜନିତ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଅଧିକ ପଢ଼ନ୍ତୁ

ନୟାଗଡ଼ରେ ପ୍ରାକ୍‌ ମୌସୁମୀରେ ପ୍ରବଳ ବର୍ଷା, ଜୀବନଯାତ୍ରା ପ୍ରଭାବିତ
ନୟାଗଡ଼ରେ ପ୍ରାକ୍‌ ମୌସୁମୀରେ ପ୍ରବଳ ବର୍ଷା, ଜୀବନଯାତ୍ରା ପ୍ରଭାବିତ

ନୟାଗଡ: ବର୍ତ୍ତମାନ ରଜ ପର୍ବ ଚାଲିଥିବାବେଳେ ନୟାଗଡ଼ ଜିଲ୍ଲାରେ ପ୍ରାକ୍‌ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଗତ ୩ ଦିନ ଜିଲ୍ଲାରେ ପାଗ ସ୍ୱାଭାବିକ ଥିବାବେଳେ ଆଜି(ବୁଧବାର) ଅପରାହ୍ଣରେ ହଠାତ ବର୍ଷାର ପ୍ରକୋପ ଦେଖିବାକୁ ମିଳିଥିଲା l ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ଫଳରେ ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଜିଲ୍ଲାର 8ଟି ବ୍ଲକ ମଧ୍ୟରୁ ଭାପୁର ବ୍ଲକରେ ବର୍ଷାର ପ୍ରଭାବ ଅଧିକ ରହିଥିଲା । ବିଭିନ୍ନ ସ୍ଥାନରେ ମାତ୍ରାଧିକ କ୍ଷୟକ୍ଷତିର ଆଶଙ୍କା କରାଯାଉଛି l ଖଣ୍ଡପଡା ବ୍ଲକରେ ଝିପିଝିପି ବର୍ଷା ଲାଗିରହିଛି l ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହେଉଥିବାରୁ ଲୋକେ ଘରୁ ବାହାରୁ ନାହାନ୍ତି ।

ପବନର ମାତ୍ରାଧିକ ବେଗ ଯୋଗୁଁ ସ୍ଥାନୀୟ ଦୋକାନ ଘର ମଧ୍ୟ ଭାଙ୍ଗି ଯାଇଛି l ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଛି l ଅପରାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବାରୁ କ୍ଷୟକ୍ଷତିର ଆକଳନ କରାଯାଇପାରି ନାହିଁ l

Last Updated : Jun 15, 2022, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.