ETV Bharat / state

ଗୀତ ମାଧ୍ୟମରେ କୋରୋନା ସଚେତନତା ବାର୍ତ୍ତା

author img

By

Published : Jun 10, 2021, 1:19 PM IST

ଗାଁ କୁ ଗାଁ ବୁଲି ଗୀତଗାଇ ଲୋକଙ୍କୁ ସଚେତନ କରୁଛନ୍ତି ଜଣେ ସ୍ବାସ୍ଥ୍ୟକର୍ମୀ । ଅଧିକ ପଢନ୍ତୁ...

ଗୀତଗାଇ ଲୋକଙ୍କୁ ସଚେତନ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ

ନୟାଗଡ଼: କୋରୋନା ଭଳି ମହାମାରୀକୁ ନେଇ ସମସ୍ତେ ଭୟଭୀତ l ଏପରି ଏକ ଅଦୃଶ୍ୟ ମହାମାରୀକୁ ମାତ୍ ଦେବା ପାଇଁ ମୁଖ୍ୟ ପନ୍ଥା ହେଉଛି ସଚେତନ ରହିବା । କେବଳ ସଚେତନତା ଅବଲମ୍ବନ କରିବା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ମାସ୍କ, ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ଦ୍ବାରା ହିଁ ଏହା ସମ୍ଭବ ହୋଇପାରିବ ।

ଏଥିପାଇଁ ବଡ ବଡ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ସାମାଜିକ କର୍ମୀ ଲୋକଙ୍କୁ ସଚେତନ କରୁଛନ୍ତି । ଏହି ସଚେତକଙ୍କ ତାଲିକାରେ ବର୍ତ୍ତମାନ ଯୋଡି ହୋଇଛନ୍ତି ଜଣେ ସ୍ବାସ୍ଥ୍ୟକର୍ମୀ ନାରାୟଣ ଶୁକ୍ଳା । ଗାଁ କୁ ଗାଁ ବୁଲି ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । ରାକମା ଗାଁରେ ଥିବା ଅଙ୍ଗନବାଡି କର୍ମୀଙ୍କୁ ସାଙ୍ଗରେ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି ସେ । ସାମାଜିକ ଦୂରତା ନିୟମ ମାନିବା, ମାସ୍କ ପିନ୍ଧିବା ଏବଂ ସାନିଟାଇଜର ବ୍ୟବହାର ଫଳରେ ଆମେ କୋରୋନାକୁ ମାତ୍ ଦେଇପାରିବା ବୋଲି ଲୋକଙ୍କୁ ଗୀତ ମାଧ୍ୟମରେ ବୁଝାଉଛନ୍ତି ନାରାୟଣ ।

ତେବେ ଏଭଳି ସଚେତନତା ବାର୍ତ୍ତା ବାଣ୍ଟିବା ଦ୍ବାରା ଲୋକମାନେ ଗ୍ରହଣ କରୁଥିବା ସେ କହନ୍ତି । ଏଥିପାଇଁ ନାରାୟଣଙ୍କୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ମଧ୍ୟ କରାଯାଉଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.