ETV Bharat / state

ଭଉଣୀଙ୍କୁ ରକ୍ତକର୍କଟ, ଭାଇକୁ ମେରୁଦଣ୍ଡଜନିତ ରୋଗ; ଅର୍ଥ ପାଇଁ ବାପାମା’ଙ୍କ ଆଖିରେ ଲୁହ - ଅର୍ଥ ସାଜିଛି ବାଧକ

ଦିନେ ହସଖୁସିରେ ଭରୁଥିବା ମୁହଁଟି ଅସହ୍ୟ ଯନ୍ତ୍ରଣାରେ ମଉଳିଯାଇଛି । ଆଖିରେ ଆଖିଏ ସ୍ବପ୍ନ ନେଇ ଯୌବନକୁ ଉପଭୋଗ କରିବା ସମୟରେ ଦୁରାରୋଗ୍ୟ ସାଜିଛି ବାଧକ । ମାତ୍ର 19 ବର୍ଷ ବୟସରେ ରକ୍ତ କର୍କଟ ରୋଗରେ ପୀଡିତ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଭେଟବର ଗ୍ରାମର ସୁମିତ୍ରା ବେହେରା । ରୋଗ ଯୋଗୁଁ ମନ ମାରି ପଡିରହିଛନ୍ତି ଘରର ଗୋଟିଏ କୋଣରେ । ଅଧିକ ପଢନ୍ତୁ...

ରକ୍ତ କର୍କଟରେ ସଂଘର୍ଷରତ ସୁମିତ୍ରା, ଅର୍ଥ ସାଜିଛି ବାଧକ

author img

By

Published : Apr 8, 2021, 5:22 PM IST

ନୟାଗଡ଼: ଜିଲ୍ଲାର ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଭେଟବର ଗ୍ରାମର 19 ବର୍ଷର ଝିଅ ସୁମିତ୍ରା ବେହେରା ଆକ୍ରାନ୍ତ ହୋଇଛନ୍ତି ଦୂରାରୋଗ୍ୟ ବ୍ୟାଧି ରକ୍ତ କର୍କଟ ରୋଗରେ । ଅସହ୍ୟ ଯନ୍ତ୍ରଣା ତାଙ୍କ ମୁହଁରୁ ହସକୁ ଛଡାଇନେଇଛି । ମନ ମଧ୍ୟରେ ଅଶୁମାରୀ ସ୍ବପ୍ନକୁ ଚାପି ରଖି ସବୁବେଳେ ମନକୁ ମାରି ସେ ବସିରହୁଥିବା ଦେଖିବାକୁ ମିଳୁଛି । ରୋଗରୁ ମୁକ୍ତି ପାଇ ଅନ୍ୟମାନଙ୍କ ଭଳି ହସିବେ ଖେଳିବେ ବୋଲି ଆଶା ରଖିଛନ୍ତି ସୁମିତ୍ରା । ହେଲେ ତାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସେପଟେ ବୃତ୍ତିରେ ଦିନ ମଜୁରିଆ ବାପା କାର୍ତ୍ତିକ ବେହେରା କୋହଭରା କଣ୍ଠରେ ସରକାରଙ୍କ ସହାୟତା ଲୋଡିଛନ୍ତି ।

ରକ୍ତ କର୍କଟରେ ସଂଘର୍ଷରତ ସୁମିତ୍ରା, ଅର୍ଥ ସାଜିଛି ବାଧକ

ଦିନେ ସୁସ୍ଥ ଥିଲେ ସମସ୍ତଙ୍କ ଭଳି ଖୁସିରେ ଥିଲେ ସୁମିତ୍ରା । ଭାରୀ ମେଳାପୀ ସ୍ବଭାବର ଥିବାରୁ ଗାଁ ଲୋକେ ତାଙ୍କୁ ବହୁତ ଭଲ ପାଉଥିଲେ । କିନ୍ତୁ ସୁମିତ୍ରାଙ୍କ ଏଭଳି ଅବସ୍ଥା ପାଇଁ ଆଜି ପରିବାରଠାରୁ ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସଭିଙ୍କ ମୁହଁରେ ଦୁଃଖ । ସମସ୍ତେ ତାଙ୍କ ପାଇଁ ଭାଙ୍ଗିପଡିଛନ୍ତି । କାରଣ ସେ ଏମିତି ସେମିତି ରୋଗରେ ନୁହେଁ ବରଂ ବ୍ଲଡ କ୍ୟାନସର ରୋଗରେ ପୀଡିତ ହୋଇଛନ୍ତି । ସେପଟେ ଘରର ଆର୍ଥିକ ଅବସ୍ଥା ସେତେଟା ସୁଦୃଢ ନଥିବାରୁ ଝିଅର ଚିକିତ୍ସା ପାଇଁ ଚିନ୍ତାରେ ରହିଛନ୍ତି ପରିବାର ଲୋକେ ।

ସୁମିତ୍ରା ରଣପୁରରୁ +2 ପାଠ ପଢ଼ା ସାରିଛନ୍ତି । ସେ କେତେ ଆଶା ଅସୁମାରୀ ଓ ଉଜ୍ଜଳ ଭବିଷ୍ୟତ କାମନା ନେଇ ପାଠ ପଢୁଥିଲେ । ନିଜକୁ ଗୋଟେ ଭଲ ମଣିଷଟିଏ କରି ଗଢିତୋଳିବା ନେଇ ସ୍ବପ୍ନ ମଧ୍ୟ ଦେଖୁଥିଲେ । କିନ୍ତୁ ଏସବୁରେ ବାଧକ ସାଜିଲା କ୍ୟାନସର ରୋଗ । ପ୍ରଥମେ ସୁମିତ୍ରାଙ୍କ ମୁଣ୍ଡବିନ୍ଧା ଏବଂ ଅଣ୍ଟା ଯନ୍ତ୍ରଣା ହୋଇଥିଲା । ପରେ ନୟାଗଡ଼, ଏମ୍ସ ଏବଂ ଘରୋଇ ମେଡ଼ିକାଲର ଚିକିତ୍ସା ପରେ କଟକ ବଡ଼ ମେଡ଼ିକାଲରେ ସେ ଚିକିତ୍ସା ପାଇଁ ପହଞ୍ଚିଥିଲେ । ସେଠାରେ ତାଙ୍କର ରକ୍ତ କର୍କଟ ହୋଇଛି ବୋଲି ଜଣାପଡ଼ିଲା । ସେ ଏବେ ରକ୍ତ କର୍କଟ ରୋଗରେ ପୀଡିତ ହୋଇ ପ୍ରତି ମୁହୂର୍ତ୍ତରେ ସଙ୍ଘର୍ଷ କରିଚାଲିଛନ୍ତି । ପାଠ ପଢିବା ପାଇଁ ଅହେତୁକ ଇଚ୍ଛା ଥିଲେ ମଧ୍ୟ ଶରୀରର ରୋଗ ତାହା କରାଇଦେଉନାହିଁ ।

ସେପଟେ ସୁମିତ୍ରାଙ୍କ ୨୫ବର୍ଷର ଭାଇ ହାଡ଼ ଯକ୍ଷ୍ମା ଓ ମେରୁଦଣ୍ଡ ଜନିତ ରୋଗରେ ପୀଡିତ । ବାପା କାର୍ତ୍ତିକ ପୁଅର ଅପରେସନ କରାଇବା ସହିତ ପୁଅ ପିଛା ଅନେକ ଟଙ୍କା ଖର୍ଚ୍ଚ କରି କରଜରେ ବୁଡ଼ି ରହିଛନ୍ତି । ବୋଝ ଉପରେ ନଳିତା ବିଡା ପରି କାର୍ତ୍ତିକଙ୍କ ଉପରେ ଏବେ ଝିଅର କ୍ୟାନସର ରୋଗ ଚିକିତ୍ସା ଭାର । ପୁଅ ପଛରେ ଅର୍ଥ ଖର୍ଚ୍ଚ କରିବା ପରେ ଅର୍ଥ ନଥିବାରୁ ସୁମିତ୍ରାଙ୍କୁ ମେଡ଼ିସିନ କିମ୍ବା ଭଲ ଖାଇବା ଦିଆଯାଇପାରୁନି । ସୁମିତ୍ରା ବର୍ତ୍ତମାନ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କେମୋ ନେଇ ଚିକିତ୍ସିତ ହେଉଛନ୍ତି । ହେଲେ ସୁମିତ୍ରା ଏବଂ ତାଙ୍କ ପରିବାର ଲୋକେ ବାରମ୍ବାର କଟକ ଯାଇ ଚିକିତ୍ସା କରିବା ସମ୍ଭବ ହେଉନାହିଁ । ଅର୍ଥର ଅଭାବ ଥିବାରୁ ମେଡ଼ିକାଲ ନ ଯାଇ ଘରେ ଚାରି କାନ୍ଧ ମଧ୍ୟରେ ରହିଛନ୍ତି ସୁମିତ୍ରା । ସରକାର କିମ୍ବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାଗଣାରେ ଚିକିତ୍ସା ଯୋଗାଇ ଦେଲେ ସୁମିତ୍ରା ଆରୋଗ୍ୟ ଲାଭ କରିବା ସହିତ ତାଙ୍କ ମଉଳି ପଡିଥିବା ମୁହଁରେ ପୁଣି ହସ ଫୁଟିପାରନ୍ତା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.