ETV Bharat / state

କଟକଣା ମଧ୍ୟରେ ରଜ ମନାଇଲେ ଗଡବାଣିକିଲୋ ଗ୍ରାମବାସୀ

ନୟାଗଡ ଗଡବାଣିକିଲୋ ଗ୍ରାମରେ ଫିକା ପଡିଛି 70 ବର୍ଷର ପୂରୁଣା ରଜ ପର୍ବ । କଟକଣା ମଧ୍ୟରେ ଅଞ୍ଚଳବାସୀ ରଜ ମନାଇ ଏଥରର ରଜକୁ ବିଦାୟ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 17, 2021, 2:15 PM IST

କଟକଣା ମଧ୍ୟରେ ରଜ ମନାଇଲେ ଗଡବାଣିକିଲୋ ଗ୍ରାମବାସୀ
କଟକଣା ମଧ୍ୟରେ ରଜ ମନାଇଲେ ଗଡବାଣିକିଲୋ ଗ୍ରାମବାସୀ

ନୟାଗଡ଼: ଐତିହାସିକ ଗଡବାଣିକିଲୋ ଗ୍ରାମରେ କୋରୋନା ମହାମାରୀ ପାଇଁ ୭୦ ବର୍ଷର ପୁରୁଣା ରଜପର୍ବ ବନ୍ଦ । ଜିଲ୍ଲା ରଣପୁର ବ୍ଳକ ଅନ୍ତର୍ଗତ ଗଡବାଣିକିଲୋ ଗ୍ରାମରେ ମା' ରାମଚଣ୍ଡୀଙ୍କର ରଜଯାତ୍ରା ବଡ଼ ଧୁମଧାମରେ ପ୍ରତିବର୍ଷ 4 ଦିନ ଧରି ପାଳନ କରାଯାଏ l

ଯେଉଁ ରଜ ପଡ଼ିଆ, ରଜ ଦୋଳି ଏବଂ ଜନ ଗହଳିରେ ପୁରି ଉଠିଥିଲା ଆଜି ତାହା ଖାଁ ଖାଁ ପଡ଼ିଛି l ପ୍ରତିବର୍ଷ ଏଠାରେ 4 ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ l ଆଜି ଏହାର ଅନ୍ତିମ ଦିନ, କିନ୍ତୁ ମହାମାରୀର ମହା ପ୍ରଭାବ ଯୋଗୁଁ ଆଜି ଗାଁ ଯାତ୍ରା ପଡିଆ ଖାଁ ଖାଁ ଦିଶୁଛି l ଏହି ଐତିହାସିକ ଗଡ଼ବାଣିକିଲୋ ଗ୍ରାମରେ ଶହୀଦ ଦିବାକର ପରିଡ଼ା ଜନ୍ମ ଗ୍ରହଣ କରିଥିଲେ l ଏଠାରେ ରଜପର୍ବ ପ୍ରାୟ ୭୦ ବର୍ଷ ହେଲା ବଡ଼ ଧୁମ ଧାମରେ ପାଳିତ ହୋଇଆସୁଥିଲା l ଚଳିତ ବର୍ଷ କୋରୋନା କଟକଣାକୁ ମାନି ବିଧିରକ୍ଷା କରି ରଜପର୍ବ ପାଳନ କରାଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.