ETV Bharat / politics

ପରଲୋକରେ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ଆଜି ବିଧାନସଭାରେ ଶେଷ ଦର୍ଶନ

ଚିକିତ୍ସାଧିନ ଅବସ୍ଥାରେ ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଦେହାନ୍ତ । ଶେଷ ଦର୍ଶନ ଲାଗି ଆଜି ବିଧାନସଭା ଯିବ ନିରଞ୍ଜନଙ୍କ ମରଶରୀର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : 3 hours ago

Updated : 2 hours ago

Former Polasara MLA passes away
Former Polasara MLA passes away (ETV BHARAT ODISHA)

ଭୁବନେଶ୍ବର: ପରଲୋକରେ ପୋଲସରାର ପୂର୍ବତନ ବିଧାୟକ ତଥା ବିଜେପି ନେତା ନିରଞ୍ଜନ ପ୍ରଧାନ । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗତକାଲି (ଗୁରୁବାର) ରାତିରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସେ ନିଶ୍ବସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ହୋଇଥିଲା । ତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ରାଜନୀତିରେ ଶୋକରଛାୟା ଖେଳିଯାଇଛି । ବିଜେଡି ଟିକେଟରେ 2004 ଓ 2009ରେ ବିଧାୟକ ହୋଇଥିଲେ ନିରଞ୍ଜନ । 2019ରେ ଟିକେଟରୁ ବଞ୍ଚିତ ନିରଞ୍ଜନ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଆଜି ବିଧାନସଭା ଯିବ ନିରଞ୍ଜନଙ୍କ ମରଶରୀର । ସେଠାରେ ଦଳର ସମସ୍ତ ନେତା ଓ ମନ୍ତ୍ରୀ ତାଙ୍କର ଶେଷଦର୍ଶନ କରିବେ ।

2019ରେ ଶଙ୍ଖ ଛାଡି ପଦ୍ମ ଧରିଥିଲେ ନିରଞ୍ଜନ:

2004 ବିଧାନସଭା ନିର୍ବାଚରେ ବିଜେଡି ଟିକେଟରେ କୋଦଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଲଢି ବିଜୟୀ ହୋଇଥିଲେ ନିରଞ୍ଜନ ପ୍ରଧାନ । ଏହାପରେ 2009ରେ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରେ ବିଧାୟକ ଭାବେ ଲଡି ବିଜୟୀ ହୋଇଥିଲେ । କିନ୍ତୁ 2019 ନିର୍ବାଚନ ସମୟରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଏଥିରେ ଅସନ୍ତୋଷ ବ୍ୟକ୍ତ କରି ବିଜେଡି ଛାଡି ସେ ବିଜେପିରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ପରଲୋକରେ ଶିଳ୍ପସମ୍ରାଟ ରତନ ଟାଟା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ

ଏହା ମଧ୍ୟ ପଢନ୍ତୁ-ପରଲୋକରେ ପୂର୍ବତନ ବିଧାୟକ ରମେଶ ସୋରେନ

ଏହା ମଧ୍ୟ ପଢନ୍ତୁ-ପରଲୋକରେ ପୂର୍ବତନ ବିଧାୟକ, ଶେଷ ଦର୍ଶନ ପାଇଁ ଜନଗହଳି ଯାଜପୁର ରାଜରାସ୍ତା

ସରପଞ୍ଚରୁ ରଜନୀତି ଯାତ୍ରା ଆରମ୍ଭ:

1979ରେ ରାଜନୀତିରେ ପ୍ରବେଶ କରିଥିଲେ ନିରଞ୍ଜନ । 1980ରେ ଘୋଡ଼ାପଲାଣରୁ ସରପଞ୍ଚ ଭ‌ାବେ ଲଢି ବିଜୟୀ ହୋଇଥିଲେ । ଏହାପରେ 1990ରୁ 1993 ମଧ୍ୟରେ ସେ ପୋଲସରା ବ୍ଲକ ଅଧ୍ୟକ୍ଷ ରହିଥିଲେ । 1995ରେ କୋଦାଳ ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଲଢି ପରାଜିତ ହୋଇଥିଲେ । ଏହାପରେ ବିଜେଡି ଟିକେଟରେ 2004 ଓ 2009ରେ କୋଦଳା ଓ ପୋଲସରାରୁ ବିଧାୟକ ଭାବେ ଲଢି ବିଜୟୀ ହୋଇଥିଲେ ।

ପୋଲସରା ବ୍ଲକର ଘୋଡାପଲାଣ ଗାଁରେ ନୀରଞ୍ଜନଙ୍କ ଜନ୍ମ । ତାଙ୍କ ବାପା ହେଉଛନ୍ତି ବଳି ପ୍ରଧାନ ଓ ମାତା ଧର୍ମୀ ଦେବୀ । 1967ରେ ସେ ନର୍ମଦା ପ୍ରଧାନଙ୍କୁ ବିବାହ କରିଥିଲେ । ତାଙ୍କ ପର୍ନୀ ଓ ବୋହୂ ବ୍ଲକ ଅଧ୍ୟକ୍ଷା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ବିୟୋଗରେ ପରିବାରରେ ଶୋକରଛାୟା ଖେଳିଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.